STORYMIRROR

Pramodini Parichha

Inspirational

4  

Pramodini Parichha

Inspirational

ଝିଅଟିଏ

ଝିଅଟିଏ

1 min
344

ଝିଅଟିଏ ମୁଁ ଝିଅଟିଏ

ଅନ୍ଧାରେ ଆଲୋକ ଶିଖାଟିଏ

ଆସିବା ଆଗରୁ ମାରିବନି ମୋତେ

ମୁଁ ପରା ତୁମ ପରୀଟିଏ

ଝିଅଟିଏ ମୁଁ ଝିଅଟିଏ।


ଦୁଃଖ ସୁଖ ସବୁ ବାଣ୍ଟି ନେବି ପଥେ

ସାଜିବିନି କେବେ କଣ୍ଟାଟିଏ

ଝିଅଟିଏ ମୁଁ ଝିଅଟିଏ।


କେତେ ନୂଆ ରାହା ଦେବି ମୁଁ ଦେଖାଇ

ସପନର ପଥେ ଆଗୁଆଣୀ ହୋଇ

ଝରିଯିବି ହୋଇ ନଦୀଟିଏ

ଝିଅଟିଏ ମୁଁ ଝିଅଟିଏ।


ଜନନୀ ରୂପରେ ଭଗିନୀ ରୂପରେ

ଢାଳିଦେବି ପ୍ରୀତି ଅତି ସରାଗରେ

ହସୁଥିବି ହୋଇ ଫୁଲଟିଏ

ଝିଅଟିଏ ମୁଁ ଝିଅଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational