Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବସନ୍ତେ ବସନ୍ତରାସ

ବସନ୍ତେ ବସନ୍ତରାସ

1 min
358


 ଗଗନରେ ଦୋଳପୂର୍ଣ୍ଣିମା ଚାନ୍ଦ, 

ଦୋଳ ବିମାନରେ ଦୋଳ ଗୋବିନ୍ଦ, 

    ମତ୍ତହସ୍ତୀ ମନ୍ଦ ଗତି, 

ବେଢ଼ି ରହିଛନ୍ତି ବିଭୋର ଭକତ, 

  ଯଥା ରାସେ ଗୋପୀପନ୍ତି l


 ଭକତେ ନାଚନ୍ତି ବାହୁ ଉଠାଇ, 

ଘଣ୍ଟ ଘଣ୍ଟା ନାଦେ ତାଥେଇ ଥେଇ, 

    ଦାଣ୍ଡ ପଡ଼ଇ ଉଛୁଳି, 

ବେଢ଼ିଛନ୍ତି କିବା ନିଶିଥ ଗଗନେ, 

    ଚନ୍ଦ୍ରମାକୁ ତାରାବଳୀ l


 ପିଚକାରୀ ହାତେ ମଧୁସୂଦନ, 

  ଅବିର, ଝାଲର, ବାସ ଚନ୍ଦନ, 

    ଆଲଟ ଚାମର ଧାଡ଼ି, 

ଫଗୁଣର ଫଗୁ ଫଗୁଆ ଉଡ଼ଇ 

   ଗୋପାଳ ଖେଳ ଲଉଡ଼ି l


ବନ ଫୁଲ ହାରେ ଶ୍ରୀଵନମାଳୀ, 

ଗଳେ ଲମ୍ବିଅଛି ନିଆଳି ମାଳି, 

   ଦିଅ ସର୍ବେ ହୁଳହୁଳି, 

ହେ ଲୀଳାବିଧୃତ କଳେବର ତୁମ୍ଭ 

  ଲୀଳା କେ ପାରିବ କଳି l


ବିରହ ବିଧୁରା ଚକୋର ଡାକ, 

ଆମ୍ରକୁଞ୍ଜେ ଡାକେ ମଧୁରେ ପିକ, 

   ବସନ୍ତେ ବସନ୍ତ ରାସ, 

ଦ୍ଵାରୀଭୋଗ ମାଗି ଭକତ ଦୁଆରେ 

   ଉଭା ପ୍ରଭୁ ପୀତବାସ l


ଲୀଳା ରଚିଛନ୍ତି ଭଵ ନାୟକ, 

କାମଦେବ ଧରି ପଞ୍ଚ ସାୟକ, 

   ଜନମନ ନେତ୍ର ହରେ, 

ଜୟ ଜୟ ରାଧା ଗୋବିନ୍ଦ ମାଧବ, 

   ଜୟ ଜଗଦୀଶ ହରେ l


ଚିତ୍ତ ବିନୋଦିଆ ପରମାନନ୍ଦ, 

ଗୋପ ଗୁଆଳୁଣୀ ଚିତ୍ତବିନୋଦ, 

    ଆନନ୍ଦ କନ୍ଦ ଶ୍ରୀହରି, 

ଜୟ ଜୟ ଜୟ ଭବାବ୍ଧି ନାୟକ, 

   ପାରିକର ଭଵ ବାରି ।


Rate this content
Log in

Similar oriya poem from Inspirational