STORYMIRROR

Kiranbala Rath

Inspirational

4  

Kiranbala Rath

Inspirational

ଅମୃତମୟୀ ଜନନୀ

ଅମୃତମୟୀ ଜନନୀ

1 min
237

ଜୀବନ ଯଦି ଅମୃତମୟ

ତୁ ଅମୃତ ଧାରା ର ବାରି

ସକଳ ସଂସାରରେ ଯେତେ ବି ସଂପର୍କ

କେଉଁଟି ହେବ ତା' ସଙ୍ଗେ ସରି।


କେମିତି ସୁଝିବି ମୁଁ ତୋରି ଋଣ ?

ମୋର ଜୀବନ ଯେ ସଂପୂର୍ଣ୍ଣ ତୋହରି ଦାନ

ଦଶ ମାସ ଦଶ ଦିନ ଗର୍ଭରେ ଧରି ,

ଗର୍ଭ ଚିରି ଯେ ଜନ୍ମ ଦେଇପାରେ , 

ତା'ଠାରୁ ଜଗତରେ ଆଉ କିଏ ମହାନ୍ ?


ନିଜେ ଭୋକରେ ରହିଲେ ହେଁ

ଭୁଲିବୁ ନାହିଁ ନିଜର ବକ୍ଷ କ୍ଷୀର

ଝାଳ ଟିକିଏ ମୋର ଦେହ ରୁ ବହିନି ,

ହେଲେ ନିଜେ ବୁହାଇଲୁ କେତେ ରୁଧିର।


ଯେତେ ବଡ଼ ମୁଁ ହୋଇଗଲେ ମଧ୍ୟ

ସବୁବେଳେ ତୋ ' 👀 ଆଖି ରେ ରହିବି ସାନ

ସ୍ନେହ ମମତାର ଅବରଣେ ଢାଙ୍କି 

କରିଛୁ ତୁ ମୋର ଲାଳନପାଳନ।


ଯେତେ ଭୁଲ୍ ମୁଁ କରିଦେଲେ ମଧ୍ୟ

ରାଗ ରୁଷା ତୋର ନାହିଁ

ସଭିଏଁ ସାତପର କରିଦେଲେ ବି

ଥରେ ମୁଁ ବୋଉ ଡାକିଦେଲେ

ତୁ ଧାଇଁ ଆସୁ ପଳାଇ ।


ସବୁଠାରୁ ପ୍ରିୟ ତୁ ସବୁଠାରୁ ନିଆରା

ତୋ ବିନା ମୁଁ ଯେ ସଂପୂର୍ଣ୍ଣ ବେସାହାରା

ସଭିଏଁ ପଛକେ ପାଖ ଛାଡ଼ନ୍ତୁ ପଛକେ

ତୋ ପାଖ ଛାଡିବିନି ମୁହିଁ

ତୋ ' ଆଖି ରେ କେବେ ଆସିବନି ଅଶ୍ରୁ

ଦେଉଛି ଆଜି କଥା ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational