STORYMIRROR

Binata Mohanta

Inspirational

4  

Binata Mohanta

Inspirational

କଳିଙ୍ଗ ନଗର

କଳିଙ୍ଗ ନଗର

1 min
290

କେନ୍ଦୁଝର ଗଡ ଏହି ସେହି ଭୂଇଁ

       ଯହିଁ ହୋଇଛି ଜନମ ମୋର

ବିଜୁବାବୁଙ୍କର ସ୍ଵପ୍ନର ରୂପ

        ଜଗତ କହେ କଳିଙ୍ଗ ନଗର  ।।

ଓଡ଼ିଶାର ପୁଅ ଭିଟାମାଟି ଛାଡ଼ି

        ନଯାଉ ବିଦେଶ ଦାଦନ ଖଟି

ସେଥିପାଇଁ ବିଶାଳ ଲୁହା କାରଖାନା

       ବିଜୟାନନ୍ଦ ଗଢିଲେ ଏଠି ।।

ଏହି ଶିଳ୍ପସଂସ୍ଥା ଏ ଅଞ୍ଚଳ ପାଇଁ

        ହୋଇଲା ଅମୃତ ସମ

ଲକ୍ଷ ଲକ୍ଷ ଲୋକ ଏହି ସଂସ୍ଥା ଯୋଗୁଁ  

        ହେଲେ ରୋଜଗାର କ୍ଷମ  ।।

ଆମ ବିଜୁବାବୁ ଶ୍ରମିକଙ୍କ ପାଇଁ

        ଗଢିଲେ ଆବାଶ ସୁନ୍ଦର  

ବିନୋଦନ ପାଇଁ ପୁଣି ଭେଟି ଦେଲେ

       କ୍ରିଡାଙ୍ଗନ କ୍ଲବ ଘର ।।

ହୃଦୟରେ ଥିଲା ବିଶେଷ ଆଧାର

       ମହିଳା ସଶକ୍ତି ପାଇଁ  

ମହିଳାଙ୍କ ପାଇଁ କ୍ଲବ ଘର ଏକ

       ସ୍ଥାପନ କରିଲେ ତହିଁ ।।

ନାଚ,ଗୀତ ସାଜବାଜ ସହ ମିଳିଲା

       ସିଲେଇ ପ୍ରଶିକ୍ଷଣ

ସେ ଶିକ୍ଷା ପାଇ ନାରୀ ଓ କୁମାରୀ

        ନିଜକୁ ମଣିଲେ ଧନ୍ୟ ।।

କଳିଙ୍ଗ ନଗର ଶୋଷ ମେଣ୍ଟୁ ଥିଲା

        କାରୋ ନଦୀ ମିଠା ପାଣି

ପ୍ରତି ପ୍ରାତଃରୁ ଚମ୍ପକେଶ୍ଵର ମନ୍ଦିରୁ

        ଶୁଭିଲା ଓମ୍ କାର ବାଣୀ  ।।

ପ୍ଲାଣ୍ଟ ସାଇରନ ଜାଗ୍ରତ କରିଲା

        ଦିନର ପ୍ରତି ପ୍ରହର 

ଏହାର ଶବଦେ ଶିଶୁଠାରୁ ବୃଦ୍ଧ

        ହୋଇ ଯାଉଥିଲେ ତତ୍ପର  ।।

ଶିଶୁଙ୍କ ବିକାଶ, ଶିକ୍ଷା ଆଉ କ୍ରୀଡା

        ନିମନ୍ତେ ହୋଇଲା ଉପାୟ

ସ୍ଥାପନ ହୋଇଲା କଳିଙ୍ଗ ନଗରରେ

         ଉଚ୍ଚକୋଟୀ ବିଦ୍ୟାଳୟ  ।।

କଳିଙ୍ଗ ନଗର ଲୁହା କାରଖାନା

         ଆଜି ହୋଇ ଯାଇଅଛି ସୁପ୍ତ

ଏହାର ଅନେକ ସ୍ମୃତି ଅନୁଭୂତି

        ମୋ ଜୀବନ ସହିତ ଜଡିତ ।।

କଳିଙ୍ଗ ନଗର ଲୁହା କାରଖାନା

        ବରଦାନ ବିଜୁବାବୁଙ୍କର

ଗର୍ବ ମୁଁ ମଣୁଛି ଝିଅ ସେଠିକାର

        ସେତ ମୋର ବାପଘର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational