STORYMIRROR

Sabitri Mahapatra

Inspirational

4  

Sabitri Mahapatra

Inspirational

କଵି ପ୍ରବର

କଵି ପ୍ରବର

1 min
232

 

ସ୍ବସ୍ତି ଆହବେ ହୁଅ ଅଗୁସାର

ଭୟ ନାହିଁ ଆଉ ଭୟ ନାହିଁ

ଭାଷାର୍ଥେ ପ୍ରାଣ ଯେ କରିଛିଦାନ

କ୍ଷୟ ନାହିଁ ତାର କ୍ଷୟ ନାହିଁ ।।


ଶ୍ରେଷ୍ଠ ପୂଜାର ପବିତ୍ର ଆସନ

ଜୀବନ ଟା ହିଁ ତ ପରମଧାମ

ନିଷ୍ଠା ପୁତ ହୁଅ ହେ ଭାଗ୍ୟବାନ

କୃତି ଅର୍ପଣେ ହୋଇବ ପୁଣ୍ୟ ।।


ସ୍ଵଭାଵ ସଂସ୍କାର ଯଦି ଶ୍ରେଷ୍ଠ ହୁଏ

ଶ୍ରେୟତ୍ୱ ତୋର ଚିର ଅକ୍ଷୁର୍ଣ୍ଣ

ତାହା ବୁଝି ତୁମେ ଶିଷ୍ଠ ହୁଅ

ଭାଷା ଶୁଦ୍ଧତା ଶବ୍ଦ, ବର୍ଣ୍ଣ ।।


ଆତ୍ମ ଗାରିମା ଭୁଲିବା ଆମେ 

ସଭିଙ୍କ ପାଇଁକି ହୋଇବା ଶକ୍ତି

ପରଷ ଜନିତ ଧୃତି ବୃତ୍ତିର

ବର୍ଦ୍ଧନେ ଆମେ ହୋଇବା ବ୍ରତୀ ।।


ହୃଦରୁ ହୃଦକୁ ପ୍ରସାରିତ ହେବ

ମାତୃଭାଷାର ପରମ ମନ୍ତ୍ର

ବିଶ୍ୱେ ଉଡାଇ ବିଜୟ ପତକା

ଗାଇଯିବା ଆମେ ଶାନ୍ତି ଗୀତ ।।


ମୈତ୍ରୀ ପାଶକୁ କରିବା ଶକ୍ତ

ବ୍ୟକ୍ତ କରିବା ଭାଷାର ପ୍ରୀତି

ଜ୍ଞାନ ର ଆଲୋକ ପ୍ରଜ୍ୟୋଳିତ କରି

ଅନ୍ତରେ ଜାଳିବା ମାନସ ଜ୍ୟୋତି ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational