STORYMIRROR

Sabitri Mahapatra

Romance

3  

Sabitri Mahapatra

Romance

ପ୍ରେମ କବିତାରେ

ପ୍ରେମ କବିତାରେ

1 min
192


ପ୍ରେମ ଏକ ଅବୁଝା କବିତା

    ବୁଝି ହୁଏ ନାହିଁ ସିନା

ଦେଇ ଯାଏ, ଅନ୍ତର ରେ ବ୍ୟଥା।

 ପ୍ରେମ ଏକ ଦିଗହରା, ଅଦୃଶ୍ୟ ଆବେଗ

   ସମ୍ମୋହିତ ଚେତନାର ପୁଷ୍ପିତ ସ୍ତବକ।

ପ୍ରେମ ଏକ ଉତ୍ତାଳ ତରଙ୍ଗ, ରୋମାଞ୍ଚିତ 

     ତନୁପରେ, ହୃଦତନ୍ତ୍ରୀ

        ହୁଅଇ ସ୍ପନ୍ଦିତ।

ପ୍ରେମ ଏକ ନିର୍ଝରିଣୀ ଧାରା, ସିକ୍ତ ହୋଇଯାଏ ଆତ୍ମା, ବ୍ୟାପ୍ତ ହୁଏ

  ସସାଗରା ଧରା।

ପ୍ରେମ ଏକ ଉଦଭ୍ରାନ୍ତନାୟିକା

  ଉଦ ବେଳିତ ମନ ତଳେ ଫୁଟି ଉଠେ

     ବାସ୍ନିତ କଳିକା।

(ହେ ପ୍ରେମ, ତୁମେ ନିର୍ଜୀବ ପାଷାଣର ଦେହରେ ଜୀବନର ସତ୍ତା ଦେଇପାର।ବିପର୍ଯ୍ୟୟ ର ପାଶ ରୁ ନିର୍ଯାସ ର ଆତ୍ମା ହରିପାର।ସ୍ବପ୍ନ ର ସହରରେ, ବାସ୍ତବତାର 

ପ୍ରାସାଦ ଗଢିପାର।ତୁମେ ସ୍ୱଚ୍ଛ ସଲୀଳା ତ୍ରିବେଣୀର ଉଚ୍ଚାଟ ଓଁକାର,ସତ୍ୟ, ଶିବ, ସୁନ୍ଦର ରେ ସଜ୍ଜିତ ପ୍ରୀତିପୁଷ୍ପ ମନ୍ଦିର।ତୁମେ ଦିଗହରା ପଥିକ ର ସୁରମ୍ୟ ପାନ୍ଥ-

ଶlଳl, ଅସ୍ତରାଗ ର ଶୋଭାରେ ଶୋଭିତ

ବର୍ଣ୍ଣାଢ୍ୟ ବସୁନ୍ଧରା।ତୁମ ଅଙ୍ଗେ ଅଙ୍ଗେ ଅଙ୍ଗିଭୁତ ପ୍ରୀତିମୁଗ୍ଧା ସସାଗରା ଧରା,ତୁମେ କାହାପାଇଁ ବିଦଗ୍ଧ ନାୟକ ତ କାହାପାଇଁ ବିରହି ପ୍ରେମିକା।ସୁଖ ଆଉ ଦୁଃଖର ଆବେଗେ ଆହୁତ ତୁମେ ପ୍ରେମ ଫଲ୍ଗୁ ଧାରା।)

  -କପଟ, ଛଳନା, ପବଞ୍ଚନା, ମିଥ୍ୟାବାଣୀ, ପ୍ରେମ ଏଠି ହଜିଯାଏ

  ସାଜେ ସେ ବିପଣୀ।

ତେଜି ଉଠ ପ୍ରେମ ତୁମେ, ଝଲସାଇ ଆତ୍ମା

ଆତ୍ମିକ ଓ ଦେହାତୀତ ହେଉ ତୁମ ସଂଜ୍ଞା।

ତେବେ /ବ୍ୟଥିତ ହେବନି କାର ଦଗ୍ଧ

         ତନୁମନ।

ତୁମ ରକ୍ତିମ ଆଭାରେ, ଉଦଭାସିତ 

       ହେବ ବିଶ୍ୱ

ହୃଦୁ ହୃଦେ ସଂଚରିବ,ପ୍ରେମ ସମ୍ଭାଷଣ।

        ପ୍ରେମ ସମ୍ଭାଷଣ ।

     

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance