STORYMIRROR

mrutyunjay Patra

Inspirational

3  

mrutyunjay Patra

Inspirational

ଆହୁତି ଅସ୍ମିତାର

ଆହୁତି ଅସ୍ମିତାର

1 min
205

ନିଜ ଭିତରର ଭୈରବୀଠୁ

ନିଃଶ୍ୱାସ ଛଡେଇନେଇ

ଅନେକ

ପୁରୁଷତ୍ୱର ମର୍ଯ୍ୟାଦାକୁ

ଦାନରେ ଫେରେଇଛି ମୁଁ।


ସ୍ୱାମୀର ଅଭିମାନ ଆଗରେ

ଜଳାଞ୍ଜଳୀ ଦେଇଛି ମୋ ଅସ୍ମିତାକୁ।

କୋଟିବସ୍ତ୍ରର ଆହ୍ୱାନରେ

ବଳିଦେଇଛି

ମୋ ଭିତରର କାଳୀତ୍ୱକୁ।


ଧର୍ମରକ୍ଷାର ଦାୟିତ୍ୱକୁ

ପୁରୁଷ ପଞ୍ଝାରେ ଦେଇ

ମୋ ଅନ୍ତର୍ନିହିତ

ସୁପ୍ତ ବୀରାଙ୍ଗନାକୁ

ମୁଁ ଦୂରେଇଦେଇଛି

ଅସ୍ତ୍ରର ମୋହରୁ।

ଭୀମ ଗୋବିନ୍ଦଙ୍କ

ଗୌରବଗାଥା ପାଇଁ

ହତ୍ୟା କରିଛି

କୋଟି ଦୂର୍ଗାକୁ।


ଆକ୍ଷେପକୁ ପିଇଯାଇଛି

ନୀଳକଣ୍ଠ ସାଜି..

ସମ୍ମାନକୁ

ପାଞ୍ଚ ଆଞ୍ଜୁଳାରେ ବାଣ୍ଟି

ଆଜି ମୁଁ ଧରିତ୍ରୀ ।

ଧର୍ମରକ୍ଷା ର ନା ରେ

ଅସ୍ତିତ୍ୱକୁ ଆହୁତି ଦେଇ

ଆଜି ମୁଁ ଦ୍ରୌପଦୀ।


ମୋ ବକ୍ଷରେ

ପୁରୁଷତ୍ୱର ତାଣ୍ଡବକୁ

ସ୍ଥାନ ଦେଇ

ଆଜି ମୁଁ ସର୍ବଂସହା ।...



Rate this content
Log in

Similar oriya poem from Inspirational