STORYMIRROR

mrutyunjay Patra

Others

3  

mrutyunjay Patra

Others

ସ୍ଳୋଗାନ

ସ୍ଳୋଗାନ

1 min
141

କବିତାଟେ ଲେଖି ବସି ମୁଣ୍ଡ ଏବେ ଭାରି ଜାମ୍

ରାସ୍ତାରେ ପ୍ରସେସନ୍  ଶୁଭୁଛି ସ୍ଲୋଗାନ

ଇନ୍ କିଲାବ୍ ଜିନ୍ଦାବାଦ

ଚକ ବନ୍ଦ ଅଖ ବନ୍ଦ

ବସ ବନ୍ଦଟ୍ରେନ ବନ୍ଦ

ବନ୍ଦ କଚେରୀ ବନ୍ଦ କର ଦୋକାନ ।


ରେଳରେ ଧର୍ଷଣ ଚାଲେ ମନ୍ଦିରେ ଚୋରି

ସତୁରୀ ବର୍ଷର ବୁଢ଼ାକୁ ସତର ବର୍ଷର ଗୋରୀ 

ଆଜି ଦିନ ଦିପ୍ରହରେ , ଜନତାର ସାମନାରେ

ନିରୀହା ବାଳିକାର ଇଜ୍ଜତ ଲୁଟାହୁଏ

ମୋବାଇଲ କ୍ୟାମେରାରେ ଫଟୋସବୁ ଉଠାହୁଏ

ଖସିଯାଏ ଦୁଷ୍କୃତ

ଖୋଜାହୁଏ ଅବିରତ

ସବୁକିଛି ବ୍ୟର୍ଥ

ଚାବୁକ୍ ରେ ମାଡ଼ ଦିଅ

ପାପୁଲିଟା କାଟିଦିଅ

ଫାଶି ରଶି ବେକେ ଦିଅ

ଏସବୁ ସ୍ଲୋଗାନ କିବା ଅଛି ଅର୍ଥ ??

 

ଶାସନ ହୁଗୁଳା ଏବେ , ଚାରିଆଡ଼େ ସ୍କାମ୍

ଘରଜମି , ଚିଟଫଣ୍ଡ ,ଖଣି ଓ ଖାଦାନ

ଗଳିତ ସମାଜ ଏବେ ଅଶାନ୍ତ ପୃଥିବୀ

   କି କବିତା ଲେଖିବି ?


ମଣିଷର ରକ୍ତରେ ରାସ୍ତା ହୁଏ ଲାଲ

ହାଟେ ଏବେ ନୋଟ୍ ମିଳେ, ଅଧା ଭଲ ଅଧା ଜାଲ୍

ଟୋକାଙ୍କ ମଗଜକୁ କରିବାକୁ ସରସ

ଛକେ ଛକେ ମିଳେ ଏବେ ମଦ ଓ ଚରସ ।


ଶବ୍ଦ ସବୁ ଫେରିଗଲେ , ଗଲାବେଳେ କହିଗଲେ

ଲେଖ ନାହିଁ ଏବେ ଆଉ, ବେଳ ଟିକେ ଗଡ଼ିଯାଉ

ପ୍ରେମ ପ୍ରୀତି ଫେରିଆସୁ ମଣିଷର ମନରେ

 ଆମେ ସବୁ ଫେରିଆସି 

କବିତାଟେ ଲେଖିଦେବୁ କଲମର ମୁନରେ ।


ଗଣତନ୍ତ୍ର ଧର୍ଷିତା ଏବେ ,

ଅଶାନ୍ତ ପୃଥିବୀ

କି କବିତା ଲେଖିବି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍