STORYMIRROR

mrutyunjay Patra

Abstract

3  

mrutyunjay Patra

Abstract

ଅପ୍ରାପ୍ତି

ଅପ୍ରାପ୍ତି

1 min
174

ତା'ର ମୃତ୍ୟୁରେ

ଏଠି ଭୋଗିବାକୁ ପଡେ

ଅନବରତ ସୂର୍ଯ୍ୟାସ୍ତ

ସକାଳର ମୋହରେ

ଧାଉଁଥିବା ପାଦଗୁଡା

କେମିତି ବା ଜାଣିବେ

ଏଠି ପରିଧାର୍ଯ୍ୟ ନୁହେଁ

ସଞ୍ଜର ପରିସୀମା


ତେଣୁ ମୋତେ ତଉଲିବାକୁ ହବ

ମୋ ଲଗାମଛଡା ବିଶ୍ୱାସର

ପ୍ରତିବଦଳରେ ମିଳିଥିବା

ମିଛ ପ୍ରତିଶୃତିକୁ

ନିରବତାର ପ୍ରତିଦାନରେ


ପ୍ରଜାର ଜିଭ ଏଠି ସମସ୍ୟା

ଜଣେ ଅନ୍ଧରାଣୀ

ଆଉ ବଧିର ରାଜା ର ରାଜ୍ୟରେ

ମନ୍ତ୍ରୀ ଏଠି ମସଗୁଲ୍

ପଦବୀର ନିଶାରେ

ମାଗି ତମାମ ଜିଭର ଆହୂତି

ତାର ସ୍ୱାଧିନତାର ହତ୍ୟାରେ


ପ୍ରତିଶୃତି ସବୁ ଗୋଟେଗୋଟେ

ଏଠି ଇପ୍ସିତ ଅପ୍ରାପ୍ତି

ବଦଳିବା ଧର୍ମ ନା ରେ

ଏଠି ସିନା ପ୍ରତିଥର ବଦଳିଯାଆନ୍ତି

ମାଙ୍କଡନଚାଳିମାନେ

ହେଲେ ବଦଳେନି ସେମାନଙ୍କ ରୋଗ

ଅବା ମୋର ବିଶ୍ୱାସ ତାଙ୍କ

ପ୍ରତିଶୃତି ପ୍ରତି


ତେଣୁ ମୁଁ ଭୋକ ମେଣ୍ଟେଇଚାଲେ

ଶାସନର

ପଦବୀର

ଆତ୍ମବଡିମାର

ମୋର ଲହୁଲୁହକୁ ସିଞ୍ଚି

ପାଦରୁ ଚମ ଛଡେଇ

ନିଜ ହାତରେ ନିଜ ବିଶ୍ୱାସର

କବର ସଜେଇ

କେବଳ ଭୋଗିବାକୁ ଗୋଟେ

ନିରୋଳା ସୂର୍ଯ୍ୟୋଦୟ

ସଦ୍ଭାବନାର

ଆଉ ସୁବିଚାରର

ବାସ୍ ଏତିକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract