STORYMIRROR

mrutyunjay Patra

Others

3  

mrutyunjay Patra

Others

ପାପୁଲିଏ ଅବଶୋଷ

ପାପୁଲିଏ ଅବଶୋଷ

1 min
168

ମୁଁ ବାରମ୍ବାର ନିଜକୁ ହଜେଇ

ଅନ୍ୟ କୁ ଖୋଜେ

ପାଏ କେବଳ

ପାପୁଲିଏ ଅବଶୋଷ ।


ଖରାକୁ ପଛ କରି

ଝାଳ ଜୁଡୁବୁଡୁ ପିଠିରୁ

ଲିଭେଇ ଦବାକୁ ଚାହେଁ

ପୋଡା ଅଙ୍ଗାର ର ଗାରକୁ

ହେଲେ

ତା ର ଲାଲ ଟହଟହ ନିଆଁକୁ

ଢୋକି ପାରେନେ

ଅବା ଅବଶୋଷ ର ସମୁଦ୍ରରେ

ବୁଡ ପକେଇ ପାରେନି

ନିଜର କ୍ରିୟା କର୍ମ ସାରି ।


ଫିଙ୍ଗିହେଇ ପଡିଥିବା

ଦେହକୁ ଗୋଟଉ ଥାଏ

ପ୍ରତିଟି ଅପରାହ୍ଣଣ ରେ ମୁଁ

ଖଞ୍ଜୁଥାଏ ଅଙ୍ଗ ପରେ ଅଙ୍ଗ

ହେଲେ

କାନି ଫିଟେଇ ଉଝେଇ ପାରେନି

ମୋ ଅମାପ ମୂର୍ଖାମୀ କୁ

ଅବା ତତଲା ବାଲିରେ ପୋତି ପାରେନି

ଅମାନିଆ ପାଦଯୋଡାକୁ।


ପୁଣି ଗଛ ପୋତିବାର ସ୍ୱପ୍ନରେ

ହଜୁଥାଏ ମୁଁ

ପାଣି ର ଆଶାରେ ବାରମ୍ବାର

ଦଉଡୁଥାଏ ସେ ଶୁଷ୍କ ମରୁଭୂମିକୁ

ଖାଲି କଳସୀ ଧରି ଲେଉଟେ ସିନା

ପ୍ରତିଥର

ହେଲେ

ବିଶ୍ୱାସ କୁ ଛଅ ଖଣ୍ଡ କାଠ ସହ

ବିଦାୟ ଦେଇପାରେନି ଯାହା।


ଅତେବ୍ ନିଜ ପିଠିରେ

ନିଜେ ଝୁଲୁଥାଏ

ବେତାଳ ପରି

ନିଜ ପ୍ରଶ୍ନ ର ଉତ୍ତର ନିଜେ

ଅନ୍ୟ ର ସପକ୍ଷରେ ବାଢି

ମୋ ଭିତର ର ମୁଁ ପାଇଁ

ବୁଣୁଥାଏ ଫାଶୀ ର ଦଉଡି

ତଥାପି ଭରସୁଥାଏ

ରକ୍ତକୁ ରଙ୍ଗ ଭାବି

ଆବୋରୁ ଥାଏ ବିଷ କୁ

ବିଶ୍ୱାସ ଭାବି ।


ମୁଁ ଏଇଭଳି ଅଯଥା

ପ୍ରେମ ରେ ଥାଏ ଅନବରତ

ବନ୍ଧୁତା ବିଶ୍ୱାସ ର ଅନ୍ୟ ଏକ ନା

କହୁଥିବା ବିଶ୍ୱାସଘାତକମାନଙ୍କର

ସପକ୍ଷରେ

ଫର୍ଦ ଫର୍ଦ କବିତା ଲେଖୁଥାଏ ବୃଥାଟାରେ

ବୁଝିପାରେନି ଯାହା

ସର୍ତ୍ତ ବନ୍ଧୁତାର

ବିଷର

ଆଉ ବିଶ୍ୱାସର ।


Rate this content
Log in