STORYMIRROR

mrutyunjay Patra

Others

3  

mrutyunjay Patra

Others

'ଆଷାଢ଼ର କବିତା '

'ଆଷାଢ଼ର କବିତା '

1 min
130


ଆଷାଢ଼ - ଆକାଶ ମେଘ ମେଦୁରିତ

ଆଦ୍ର ଧରଣୀ ହେଲା ଶିହରିତ

ଉଡିଗଲା ସହୀ ଝଡ଼ ପବନରେ

  କବିତା କାଗଜ ଲେଖା। 

ଭାବୁଛି ଏବେ ମୁଁ ଦିବସ ରଜନୀ

କବିତାଟା ଆଉ ମନେ ପଡୁନାହିଁ 

ମନ ଗହନରେ ଆଉ ଜଳୁନାହିଁ 

ଅତୀତ ଦୀପର ଶିଖା ।

କାନ୍ତ କୋମଳ ଲଳିତ ପଦରେ

 ଗୁନ୍ଥିଲି କବିତା - ମାଳା


ଦମକା ପବନେ ସେତ ଛିଡିଗଲା

ମରୁତ ସାଥିରେ ସେତ ଉଡିଗଲା

ମନର ଭାବନା ନେଇ ଚାଲିଗଲା

ହୃଦୟେ ଭରିଲା ଜ୍ଵାଳା ।


ଆକାଶୁ ଝରୁଛି ରୂପେଲି ବରଷା

ଦେବ କି ସେ ମୋର ହୃଦୟେ ଭରସା ?


କାନେ କାନେ ଦେବ ନୂତନ ପ୍ରେରଣା

 କଲମରେ ଦେବ ସୃଜନର ଭାଷା ,


ରଚିବି ନବୀନ ଛନ୍ଦରେ ଗୀତି

ଚମ୍ପା ବିଟପେ ଚକୋରିର ପ୍ରୀତି

ଆକାଶ ଧରଣୀ ମିଳନର ରୀତି 

ତୁମ ନୟନର ଅକୁହା କଥାରେ 

ହୃଦୟେ ଭରିବ ଆଶା । 


Rate this content
Log in