'ଆଷାଢ଼ର କବିତା '
'ଆଷାଢ଼ର କବିତା '
1 min
130
ଆଷାଢ଼ - ଆକାଶ ମେଘ ମେଦୁରିତ
ଆଦ୍ର ଧରଣୀ ହେଲା ଶିହରିତ
ଉଡିଗଲା ସହୀ ଝଡ଼ ପବନରେ
କବିତା କାଗଜ ଲେଖା।
ଭାବୁଛି ଏବେ ମୁଁ ଦିବସ ରଜନୀ
କବିତାଟା ଆଉ ମନେ ପଡୁନାହିଁ
ମନ ଗହନରେ ଆଉ ଜଳୁନାହିଁ
ଅତୀତ ଦୀପର ଶିଖା ।
କାନ୍ତ କୋମଳ ଲଳିତ ପଦରେ
ଗୁନ୍ଥିଲି କବିତା - ମାଳା
ଦମକା ପବନେ ସେତ ଛିଡିଗଲା
ମରୁତ ସାଥିରେ ସେତ ଉଡିଗଲା
ମନର ଭାବନା ନେଇ ଚାଲିଗଲା
ହୃଦୟେ ଭରିଲା ଜ୍ଵାଳା ।
ଆକାଶୁ ଝରୁଛି ରୂପେଲି ବରଷା
ଦେବ କି ସେ ମୋର ହୃଦୟେ ଭରସା ?
କାନେ କାନେ ଦେବ ନୂତନ ପ୍ରେରଣା
କଲମରେ ଦେବ ସୃଜନର ଭାଷା ,
ରଚିବି ନବୀନ ଛନ୍ଦରେ ଗୀତି
ଚମ୍ପା ବିଟପେ ଚକୋରିର ପ୍ରୀତି
ଆକାଶ ଧରଣୀ ମିଳନର ରୀତି
ତୁମ ନୟନର ଅକୁହା କଥାରେ
ହୃଦୟେ ଭରିବ ଆଶା ।
