କୂଳବଧୁ
କୂଳବଧୁ
କୁଳବଧୁଟିଏ କୁଳର ଲକ୍ଷ୍ମୀ ସେ
ତା ପାଇଁ କି ହସେ ଘର
ତ୍ୟାଗ କର୍ମ ବଳେ ମହିୟସୀଟି
ହୁଏ ସେ ପରିବାରର।
ଘରର ଇଜ୍ଜତ କୁଳ ବଧୁଟିଏ
ପକାଏନି କେବେ ତଳେ
ସବୁ ସଦସ୍ୟଙ୍କୁ ବାନ୍ଧେ ତା ପଣତେ
ସ୍ନେହପ୍ରେମ ତ୍ୟାଗ ବଳେ।
ଜାୟା ଜନନୀ ଭଗିନୀ ହୋଇ ସେ
ସଭିଙ୍କର ବୁଝଇ ମନ
ପଥର ହେଉ କି ପତର ପଡିଲେ
ସହେ କୁଳବଧୁ ଜାଣ।
କୁଳବଧୁ ହେଲେ କୁଳ କଳଙ୍କିନୀ
ସବୁରି ମନରେ ଫାଟ
ବାଘ ଘରେ ପର ଲୋକ ଆସି ସିନା
କରନ୍ତି ମିରିଗ ନାଟ।
ସଜଡ଼ା ଯାହାର ଧେୟ ଅଟଇ
ଉଜୁଡେ ତାହାରି ପାଇଁ
କୁଳବଧୁ ହେଲେ ଶିକ୍ଷା ସଂସ୍କାରୀ
ଘର ବୈକୁଣ୍ଠ ହୋଇ।
ପର ଝିଅ ଆସି ଆନ ଏକ ଘରେ
ସଭିଙ୍କୁ କରେ ନିଜର
ସେଇ ଘର ଲୋକେ ତାକୁ ନ ବୁଝିଲେ
ଊଣା ହୁଏ ମନ ତାର।
ନିଜ ଝିଅ ସମ ପର ଝିଅଟିକୁ
ସଭିଏଁ ନେଲେ କୋଳେଇ
କୁଳ ବଧୂଟି ଗଉରବ ହୋଇଯିବ
ଏଥିରେ ଦ୍ବିମତ ନାହିଁ।