STORYMIRROR

Panchanan Jena

Inspirational

3  

Panchanan Jena

Inspirational

ବାସନ୍ତୀ ବଧୂଲୀ

ବାସନ୍ତୀ ବଧୂଲୀ

1 min
11


ସକାଳୁ ସକାଳୁ ଉଠିଲି 

ଝରକା ପରଦା ସବୁ ମେଲିଲି

ଦାଣ୍ଡ କବାଟ ଖୋଲୁ ଖୋଲୁ ଭେଟିଲି

ସାମ୍ନାରେ ହସୁଛି ଖିଲିଖିଲି 

ନହୁଲି ବେଶରେ ବାସନ୍ତି ବଧୂଲି 


କୃଷ୍ଣଚୁଡାର ଶାଢୀ ଶ୍ରୀଅଙ୍ଗେ ଅନଙ୍ଗେ

ପଳାସ ଫୁଲର ଗଭା ଗଜରା

ଆମ୍ବଚଣା ନାକରେ ବସେଇ ରସେଇ

ଲାଜୁଆ ଆଖିରେ ମୁରୁକି ପସରା


ଗଛଡାଳରୁ କୋଇଲିର ମଧୁର ଗୁଞ୍ଜନ

ମନ୍ଦ ମନ୍ଦ ମଳୟ ସମୀର ବହୁଛି 

ଦେହ ହାତ ଶୀହରିତ ସ୍ପନ୍ଦନ

ମନରେ କାମନାର ଶତ ତରଙ୍ଗ ସମ୍କୋହନ


ଋତୁରାଣୀ ବାସନ୍ତୀ ଆଉ କ'ଣ କି

ଫୁଲର ସୁଗନ୍ଧ ଠାଣି

ମିଳନର ମିଠା ବାଣୀ

କାମନାର ରଙ୍ଗ ରୋଷଣୀ


ଅନେକ କୁହନ୍ତି ବସନ୍ତର ଦେଖାନାହିଁ

ସବୁ ଆଡ଼େ ଗ୍ରୀଷ୍ମର ରାଜୁତି

ଅସହ୍ୟ ଗୁଳ୍ମଗୁଳିର ହୁକୁମାତି ତାତି


ମୋତେ ଲାଗେ ଋତୁ ବସନ୍ତ ଅଛି

ସେ ମଳୟ ପବନ ନାହିଁ

ସେ ଚଇତି ଚଇତାଳି ଭେଟୁନି କାହିଁ


ତରୁ ଡାଳରେ ରଙ୍ଗ ବେରଙ୍ଗ ଫୁଲ ଫୁଟୁଛି

ଗଛ ମେଳରେ ଫୁଲ ହସୁଛି ହଲୁଛି

ସେ ସ୍ଵର୍ଗୀୟ ଶିହରଣ ନାହିଁ

ସେ ଫେନିଳ ଫଗୁଣିତ ପଲ୍ଲବ କାହିଁ


ଆମ୍ବଗଛ ମାଳ ମାଳ ଅଛି

ବଉଳରେ ଲଦି ହେଉଛି 

କେବେ କେବେ କୋଇଲି ଗାଉଛି

ସେ ପ୍ରେମ ସଂଗୀତ ନାହିଁ

ସେ ଚିରନ୍ତନି ମହ୍ଲାର କାହିଁ


ଋତୁ ବସନ୍ତ କେବଳ ଏକ ଭାବନା

ସୃଷ୍ଟିରେ ଅନନ୍ୟ ଉପାସନା ବନ୍ଦାପନା


ଭାବିଲି 

ଭୂଲ ହେବ ତ ହେଉ 

ଜାବୋଡି ଧରିବି 

ପ୍ରଥମ ପ୍ରେମର ପ୍ରେମୀକା ପରି

କୋଳେଇ ନେବି 

ହଜିଲା ପ୍ରୀତିର ମିଳିଲା ସୁଗନ୍ଧ ବାରି


କାନ ପାଖରେ କହିବି ଧିରେ ଧିରେ

ଛଅ ଋତୁ କେବଳ ନାମକୁ ମାତ୍ର

ତୁମେ ରାଜୁତି କର ଅତ୍ର ତତ୍ର ସର୍ବତ୍ର

ଋତୁରାଜ ବସନ୍ତର-ବାସନ୍ତୀ ପାଇଁ

 ପ୍ରଚାର ହେଉ ପ୍ରସାର ହେଉ ଚିତ୍ର ଚରିତ୍ର ।


ହଠାତ୍ ପଛଆଡ଼ୁ

 ଧଡ଼ାସ୍‌ ଶବ୍ଦ ଗୁଞ୍ଜରଣ

ପଛକୁ ଫେରି ଚାହିଁଲି 

ଆଖି ଲମ୍ବି ଗଲା ଦିଗନ୍ତ ବିସ୍ତାରୀ

ବାରିପଟ ଦରିଜା ପାରି 

ଡେଉଁ ପରିବା ବାରି

ଶାଗ ପଟାଳି ଧାନ କିଆରୀ


ପବନର ଧିର ହିଲ୍ଲୋଳରେ

 ମୋ ମାଥାନରେ 

କୃଷ୍ଣଚୁଡା ଫୁଲ ସବୁ 

ଝରୁ ଥିଲା କେରା କେରା 

ମୋ ମନରେ ବଉଳୁ ଥିଲା

ବାସନ୍ତି ବଧୂଲୀର

 ପାଖୁଡ଼ା ପାଖୁଡ଼ା ପ୍ରେମ ଧାରା ।


Rate this content
Log in

Similar oriya poem from Inspirational