ବାସନ୍ତୀ ବଧୂଲୀ
ବାସନ୍ତୀ ବଧୂଲୀ
ସକାଳୁ ସକାଳୁ ଉଠିଲି
ଝରକା ପରଦା ସବୁ ମେଲିଲି
ଦାଣ୍ଡ କବାଟ ଖୋଲୁ ଖୋଲୁ ଭେଟିଲି
ସାମ୍ନାରେ ହସୁଛି ଖିଲିଖିଲି
ନହୁଲି ବେଶରେ ବାସନ୍ତି ବଧୂଲି
କୃଷ୍ଣଚୁଡାର ଶାଢୀ ଶ୍ରୀଅଙ୍ଗେ ଅନଙ୍ଗେ
ପଳାସ ଫୁଲର ଗଭା ଗଜରା
ଆମ୍ବଚଣା ନାକରେ ବସେଇ ରସେଇ
ଲାଜୁଆ ଆଖିରେ ମୁରୁକି ପସରା
ଗଛଡାଳରୁ କୋଇଲିର ମଧୁର ଗୁଞ୍ଜନ
ମନ୍ଦ ମନ୍ଦ ମଳୟ ସମୀର ବହୁଛି
ଦେହ ହାତ ଶୀହରିତ ସ୍ପନ୍ଦନ
ମନରେ କାମନାର ଶତ ତରଙ୍ଗ ସମ୍କୋହନ
ଋତୁରାଣୀ ବାସନ୍ତୀ ଆଉ କ'ଣ କି
ଫୁଲର ସୁଗନ୍ଧ ଠାଣି
ମିଳନର ମିଠା ବାଣୀ
କାମନାର ରଙ୍ଗ ରୋଷଣୀ
ଅନେକ କୁହନ୍ତି ବସନ୍ତର ଦେଖାନାହିଁ
ସବୁ ଆଡ଼େ ଗ୍ରୀଷ୍ମର ରାଜୁତି
ଅସହ୍ୟ ଗୁଳ୍ମଗୁଳିର ହୁକୁମାତି ତାତି
ମୋତେ ଲାଗେ ଋତୁ ବସନ୍ତ ଅଛି
ସେ ମଳୟ ପବନ ନାହିଁ
ସେ ଚଇତି ଚଇତାଳି ଭେଟୁନି କାହିଁ
ତରୁ ଡାଳରେ ରଙ୍ଗ ବେରଙ୍ଗ ଫୁଲ ଫୁଟୁଛି
ଗଛ ମେଳରେ ଫୁଲ ହସୁଛି ହଲୁଛି
ସେ ସ୍ଵର୍ଗୀୟ ଶିହରଣ ନାହିଁ
ସେ ଫେନିଳ ଫଗୁଣିତ ପଲ୍ଲବ କାହିଁ
ଆମ୍ବଗଛ ମାଳ ମାଳ ଅଛି
ବଉଳରେ ଲଦି ହେଉଛି
କେବେ କେବେ କୋଇଲି ଗାଉଛି
ସେ ପ୍ରେମ ସଂଗୀତ ନାହିଁ
ସେ ଚିରନ୍ତନି ମହ୍ଲାର କାହିଁ
ଋତୁ ବସନ୍ତ କେବଳ ଏକ ଭାବନା
ସୃଷ୍ଟିରେ ଅନନ୍ୟ ଉପାସନା ବନ୍ଦାପନା
ଭାବିଲି
ଭୂଲ ହେବ ତ ହେଉ
ଜାବୋଡି ଧରିବି
ପ୍ରଥମ ପ୍ରେମର ପ୍ରେମୀକା ପରି
କୋଳେଇ ନେବି
ହଜିଲା ପ୍ରୀତିର ମିଳିଲା ସୁଗନ୍ଧ ବାରି
କାନ ପାଖରେ କହିବି ଧିରେ ଧିରେ
ଛଅ ଋତୁ କେବଳ ନାମକୁ ମାତ୍ର
ତୁମେ ରାଜୁତି କର ଅତ୍ର ତତ୍ର ସର୍ବତ୍ର
ଋତୁରାଜ ବସନ୍ତର-ବାସନ୍ତୀ ପାଇଁ
ପ୍ରଚାର ହେଉ ପ୍ରସାର ହେଉ ଚିତ୍ର ଚରିତ୍ର ।
ହଠାତ୍ ପଛଆଡ଼ୁ
ଧଡ଼ାସ୍ ଶବ୍ଦ ଗୁଞ୍ଜରଣ
ପଛକୁ ଫେରି ଚାହିଁଲି
ଆଖି ଲମ୍ବି ଗଲା ଦିଗନ୍ତ ବିସ୍ତାରୀ
ବାରିପଟ ଦରିଜା ପାରି
ଡେଉଁ ପରିବା ବାରି
ଶାଗ ପଟାଳି ଧାନ କିଆରୀ
ପବନର ଧିର ହିଲ୍ଲୋଳରେ
ମୋ ମାଥାନରେ
କୃଷ୍ଣଚୁଡା ଫୁଲ ସବୁ
ଝରୁ ଥିଲା କେରା କେରା
ମୋ ମନରେ ବଉଳୁ ଥିଲା
ବାସନ୍ତି ବଧୂଲୀର
ପାଖୁଡ଼ା ପାଖୁଡ଼ା ପ୍ରେମ ଧାରା ।
