STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବରଂ ଭାବିପାର

ବରଂ ଭାବିପାର

1 min
0

କବିତା - ବରଂ ଭାବିପାର
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୪-୨୦୨୬
++++++++++++++++++
 ଛାତିତଳେ ଆଜି ବି ଜଳେ ଅତୀତର ଅସ୍ତରାଗ
ଲିଭେଇ ପାରୁନି କି କମେଇ ପାରୁନି
ନୁହଁ ସେ କଳଙ୍କର କଳା କିଟିକିଟି ଦାଗ
ବରଂ କହିପାର ଭଲ ପାଇବାର ପୂର୍ବରାଗ
ବରଂ ଭାବିପାର ନିସର୍ତ୍ତ ମୁହୁର୍ତ୍ତର ପ୍ରେମରୋଗ

 ଛାତିତଳେ ଆଜି ବି କୁହୁଳେ ବିରହ ବୈରାଗ
ଭୂଲି ପାରୁନି କି ବିସ୍ମରି ପାରୁନି
ନୁହଁ ସେ ଦେହ ଦେହଳୀର ଲୋଭ ସମ୍ଭୋଗ
ବରଂ କହିବାର ଏକପାଖିଆ ଦୁର୍ବଳତାର ବିଭବ
ବରଂ କହିପାର ବହୁତ ଭଲ ପାଇବାର ସପ୍ତରାଗ

 ଛାତିତଳେ ଆଜି ବି ଜ୍ବାଳା ଅନନ୍ତ ଅନୁରାଗ
 ପୋଛି ପାରୁନି କି ଲିଭେଇ ପାରୁନି
ନୁହଁ ସେ ବାହୁ ବନ୍ଧନରେ ରେଣୁ ପରାଗ
ବରଂ କହିପାର ସ୍ୱତଫୁର୍ତ୍ତ ଭାବନା ସ୍ଵଭାବ
ବରଂ କହିପାର ସମ୍ଭାବନାର ସୂଚନା ଅନୁଭବ

 ଛାତିତଳେ ଆଜି ବି ଦୋଳିଖେଳେ ମଲ୍ଲିରାଗ
ଖୋଲି ହେଉନି କି ଲୁଚେଇ ହେଉନି
 ନୁହଁ ସେ ମନ ଆଇନାର ଚନ୍ଦ୍ରୀକା ଚର୍ଚିତ ରାଗ
 ବରଂ କହିପାର ବିଫଳତାର କାହାଣୀ ସରାଗ
 ବରଂ କହିପାର ମନ ଦେବା ନେବାର ମାୟା ତଡ଼ାଗ

 ଛାତିତଳେ ଆଜି ବି ଶୂନ୍ୟସ୍ଥାନ ଦାରୁଣ ସରାଗ
ଛଡେଇ ହେଉନି କି କଢ଼େଇ ହେଉନି
ନୁହଁ ସେ କାମନା ବାସନାର ଉତ୍ତେଜନା ସରାଗ
ବରଂ କହିପାର ନୈସର୍ଗିକ ଶୋଭା ଆଭାରେ ପ୍ରଭାବ
 ବରଂ କହିବାର ପତଙ୍ଗ ପରି ଦହନପ୍ରୀୟ ଜାଣିବ ମଣିବ


Rate this content
Log in

Similar oriya poem from Fantasy