STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଏତିକି ପୀୟୁଷ

ଏତିକି ପୀୟୁଷ

1 min
0

କବିତା - ଏତିକି ପିୟୁଷ
 ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୪-୨୦୨୬
+++++++++++++++++
 ପକ୍କା ବିଶ୍ୱାସ ମୋର ନାହିଁ
ମୋତେ କେହି ମନେ ପକେଇବେ କାହିଁପାଇଁ
ତଥାପି ବେଳ ଅବେଳରେ ହାକୁଟି ଆସୁଛି କିପାଇଁ
ଅନ୍ଧାରରେ ବାଡି ବୁଲେଇ ଦେଲା କି ଚେଇଁ

 ଭ୍ରମରେ ଭ୍ରମଣ କରୁଛି ମୁହିଁ
ମନେ ତ ପଡୁନି ମୋର କେହି ଆପଣାର ଅଛନ୍ତି ଚେଇଁ
ସମୟ ସୁବିଧା ଦେଖି ଲେଖି
ମନେ ପକଉଛନ୍ତି ସୁମରି ଗୁମରି ସାଇଁ

 ଧୂମମୟ ଜୀବନର ଚଲାପଥ
ଅନ୍ତରଙ୍ଗ ବନ୍ଧୁ ବାନ୍ଧବୀ ନାହିଁ କେହି ତ
ପାଣି ପିଇଲା ବେଳେ
ଖାଇ ବସିଥିବା ବେଳେ
ଗୁଣ୍ଡେ ଦୁଇଗୁଣ୍ଡା ତୁଣ୍ଡରେ ଦେବା ବେଳେ
ଛିଙ୍କ ଆସୁଛି କାହିଁକି ତାଳୁକା ଫଟେଇ
 ଦେବ ଯେମିତି ଗଗନ ପବନ ମୁଖରିତ କରି
ପାଣି ନାକପୁଡା ଦେଇ ବହି ଯାଉଛି

 ଜୀବନ ଯୁଦ୍ଧରେ ପରାସ୍ତ ହୋଇନି
 ସମସ୍ୟା ଘେରରେ ରହିଛି ଜିଇଁ
ଜଞ୍ଜାଳ କଟାଳ ଭିତରେ ଗାଉଛି ମୁହିଁ
 ଅସମୟରେ ହାକୁଟି ଆସିଗଲେ
ଅସଂଯତ ଅବସ୍ତାରେ ଛିଙ୍କ ଉଠେଇ ଆସିଲେ
ମନ ତଳେ କେମିତିକା ଲାଗୁଛି
ମୋର କେହି ଜଣେ ନିଜର ଅଛି
 ଅତି ଆପଣାର ଜଣାଶୁଣା କେହି ତ ଜଣେ ଅଛି

 ପଣେ କାହାଣେ ନ ହେଲେ ନାହିଁ
ନାମ ଜାଣି ନ ଥିଲେ କିସ ହେଲା
ତା ପାଇଁ ତୋ ପ୍ରାତଃସ୍ମରଣୀୟ ସାଜିଛି
ତା ପାଇଁ ତ ଅତି କମ୍ ରେ ପ୍ରୀୟବର ମାନ୍ୟବର
 ଅତି ବେଶିରେ ସାଜିଛି ପ୍ରୀୟତମ ମହାମାନ୍ୟବର

 ଏତିକି ପୀୟୁଷ
ଭାବି ଭାବି ବିତେଇ ଦେବି ବଳକା ଆୟୁଷ
 ଏତିକି ଯଥେଷ୍ଟ
 ପାନୀୟ କରି ପିଇଦେବି ଯାବତୀୟ ଦୁଃଖକଷ୍ଟ


Rate this content
Log in

Similar oriya poem from Inspirational