ବିନ୍ଦୁବଳୟ
ବିନ୍ଦୁବଳୟ
କବିତା - ବିନ୍ଦୁବଳୟ
ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୪-୨୦୨୬
+++++++++++++++++
ଗାଳି ଦେଇ ଦେଇ କିସ ବା କରିବ
ଅକାରଣେ ନିଜର ଶକ୍ତି ସାମର୍ଥ୍ୟ ବ୍ୟୟ
ସକାରଣେ ନିଜର ପ୍ରଥମ
ଶ୍ରେଣୀର ପରିଚୟ ପଦାରେ ପକେଇବ
ରାଗି ଯାଇ କିସ ବା ତାଡ଼ିବ ଉପାଡିବ
କେବଳ ରକ୍ତଚାପ ଅନିୟନ୍ତ୍ରଣ କରିବ
ବାକ୍ୟବାଣ ଯାହା ଢ଼ୋ ଢ଼ା ଫୁଟେଇବ
ବ୍ରହ୍ମାସ୍ତ୍ର ଧୌର୍ଯ୍ୟର ତୃଣୀର ଭିତରେ ଶୋଭେ
ଥରେ କ୍ଷେପଣ ହେଲେ ସରିଲା ପର୍ବ
ବ୍ୟର୍ଥରେ ବିବେଚର ଜମାପୁଞ୍ଜି ଖର୍ଚ୍ଚ କରିବ
ଗୁଣୁ ଗୁଣୁ ଗୀତ ଗାଇ କିସ ବା ପାରିବ
ମନେ ମନେ କଳ୍ପନାରେ ଇନ୍ଧନ ଯୋଗେଇବ
ଚେତନାରେ ଚୈତାଳି ଡେଣା ଲଗେଇ ଉଡିଯିବ
ସବୁ ଅବାସ୍ତବ ଅଖାଣ୍ଡବ
ମନରେ
ସକାରାତ୍ମକ ଚିନ୍ତାଧାରା ଯାହା ଫୁଟିବ
ପୋଖରୀ ହୁଡ଼ାରେ ବସି ଗୋଡି ପାଣିକୁ ଫୋପାଡିବ
କିସ ବା ଉଖାରିବ ସାରିବ ସଂଚାରିବ
କେବଳ ସମୟର ଜ୍ବଳନଟା ହେବ ଧୂଆଁମୟ
କେବଳ ଜୀବନର ହଳାହଳଟା ହେବ କୋହମୟ
କେବଳ ସ୍ମୃତିବଳୟଟା ଆହୁରି ହେବ ମଧୁମୟ
କେବଳ ମୃଦୁମଳୟଟା ଆହୁରି ହେବ ସୁଧାମୟ
କେବଳ ସଞ୍ଜଆଳୟଟା ଆହୁରି ହେବ ବିନ୍ଦୁବଳୟ
କେବଳ ଟବ୍ ଟାବ୍ ଶବ୍ଦ କାକଳୀ ଟା ହେବ ସିନ୍ଧୁବଳୟ
କେବଳ ମନ୍ଦିର ସନ୍ଧ୍ୟା ଆଳତୀଟା ଲାଗିବ ଆତ୍ମା ବଳୟ
କେବଳ ଆସ୍ଥା ପ୍ରକଟଟା ଗାଢ଼ ପ୍ରଗାଢ଼ ହେବ ପରମାତ୍ମା ବଳୟ
