STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବ୍ୟର୍ଥ ଶୃଙ୍ଗାର

ବ୍ୟର୍ଥ ଶୃଙ୍ଗାର

1 min
1

କବିତା - ବ୍ୟର୍ଥ ଶୃଙ୍ଗାର
 ରଚନା - ପଞ୍ଚାନନ ଜେନା
 ତାରିଖ -୦୧-୦୪-୨୦୨୬
 ++++++++++++++++
 ହେଇ ଦେଖ
ମୁଠାଏ ବିଶ୍ୱାସକୁ ନିଅଣ୍ଟ କଠାଏ ଆଶ୍ୱାସ
 ଦଳକାଏ ନିଃଶ୍ୱାସକୁ ନିଅଣ୍ଟ ଫଣ୍ଟାଏ ପ୍ରଶ୍ଵାସ
ଆଉ ତୁମେ କହୁଛ କ'ଣ ନା
ଏଠି ବର୍ଷା ବୈଶାଖ ବସନ୍ତ
ଅହରହ ସବୁଜିମାରେ ହନ୍ତସନ୍ତ

 ଆଉ ପବନା ଦଳେ
 ଦାନ୍ତ ଦେଖେଇ ହସନ୍ତି ଗପନ୍ତି ମେଳେ
ପାନ ଚୋବେଇ ଖାଉ ଖାଉ
ଛେପ ପକାନ୍ତି ଅଳ୍ପ ବହୁତ ବ୍ୟବଧାନରେ କଳେ

 ହେଇ ଦେଖେ
 ପତ୍ର ଗହଳେ ଆପାଦ ମସ୍ତକ ଆଚ୍ଛାଦିତ
ପ୍ରବଞ୍ଚନାର ପ୍ରଞ୍ଚାକ୍ଷରୀରେ ବ୍ୟସ୍ତ ବିବ୍ରତ
ଋତୁ ବଦଳେ ପତ୍ର ବଦଳେ
 ପକ୍ଷୀ ବଦଳେ ନୀଡ଼ ବଦଳେ
 ଦଳ ବଦଳ ଭିତରେ ମନ ମସ୍ତିସ୍କ ବି ବଦଳେ
ସତେ ଯେମିତି
 ରଙ୍ଗ ମହଲରେ ବି ସମାଗମ ସମ୍ଭାର ଆତଙ୍କିତ

 ବେଶି କୁହନା ମୋ
 କାହିଁ ସମ୍ଭାବନାର ଋତୁସଂହାର ?
 କାହିଁ ମହାଦ୍ରୁମର ସବୁଜ ଚିତ୍ରାହାର ?
କାହିଁ ମହକିତ ଆସର ଭିତରେ ଆଦର ସାଦର ?
 ସତେ ଯେମିତି
ଅର୍ଥହୀନ ଆବୃତ୍ତି ଭିତରେ ବ୍ୟର୍ଥ ଶୃଙ୍ଗାର

 ମାନି ଦେଖ
ବିଶ୍ୱାସ ବି ଜରୁରୀ
ପ୍ରଶ୍ଵାସ ନିଃଶ୍ଵାସ ଭିତରେ ଆଶ୍ୱାସ ହିଁ ବାହାଦୁରୀ


Rate this content
Log in

Similar oriya poem from Tragedy