STORYMIRROR

Panchanan Jena

Inspirational

4  

Panchanan Jena

Inspirational

ନିଃଶବ୍ଦ ନୀରବତା

ନିଃଶବ୍ଦ ନୀରବତା

1 min
1

କବିତା - ନିଃଶବ୍ଦ ନୀରବତା
 ରଚନା - ପଞ୍ଚାନନ ଜେନା
 ତାରିଖ -୨୮-୦୩-୨୦୨୬
+++++++++++++++
 ମନରେ ଇଚ୍ଛା ଅନେକ
 ଦୀପଶିଖା ପରି ଜଳୁଛି ଅହରହ
ମନରେ ଦୀକ୍ଷା ଅନେକ
ଆଲୋକିତ ପଥ ବାସୁଛି ମହମହ

 ଉଡିବାକୁ ଇଛା ପ୍ରବଳ
ପରିଚୟ ହୀନ ଉଦ୍ୟମ କରାଳ
 ନିଶବ୍ଦରେ ଇଛା ଦୁର୍ବଳ
 ନୀରବତା ହେଉ ହେଉ ବିକଟାଳ

 ମନରେ ଅସ୍ତିତ୍ବର କୋଳାହଳ ବଳୟ
 ଭିତରେ ଭିତରେ ନିସ୍ୱାର୍ଥ ଆର୍ତ୍ତନାଦ
 ଭାବନା ଗଗନେ ମେଘର ମହାପ୍ରଳୟ
 ବିନ୍ଦୁରେ ସିନ୍ଧୁର ମହାପ୍ରବାହ ଶଙ୍ଖନାଦ

 ମନେ ସକାରାତ୍ମକ ଚିନ୍ତାଧାରାର ବର୍ଣ୍ଣାଳୀ
କେବେ ରୁଗ୍ଣ କେବେ ମୁଗ୍ଧ ପଟାଳି
 କେବେ ନକାରାତ୍ମକ ପ୍ରତିବାଦର ଚୈତାଳୀ
କେବେ ବିପ୍ଳବ କେବେ ବିଳାପ କରାଳି

 ଚେତନାରେ ରୂପାନ୍ତରିତ ଆଶାକଳି
 କେବେ ସବୁଜ କେବେ ଧୂସର କାକଳି
ଚୈତନରେ ପରିବର୍ତ୍ତିତ ସ୍ବପ୍ନଥାଳି
 କେବେ ରୂପାଜହ୍ନ କେବେ ଗେଣ୍ଡୁମାଳି

 ଜୀବନ ଅଗଣାରେ ସୃଜନୀ ସମ୍ଭାର
 କେବେ ମନସ୍ତାପ କେବେ ଲୁଚକାଳି
ତେଲ ଲୁଣର ଅଝଟ ସଂସାର
କେବେ ଅଳି ଅର୍ଦ୍ଦଳି କେବେ ଅଝଟ କଳି

 ଆମେ ହେଲୁ କଳିଙ୍ଗ କୁସୁମ
କେବେ ଫୁଲକଢ଼ି କେବେ ନଈବଢ଼ି
ଆମେ ହେଲୁ ଉତ୍କଳ କଳିକା
କେବେ ବଣମଲ୍ଲୀ କେବେ ମସଲା ମୁଢ଼ି


Rate this content
Log in

Similar oriya poem from Inspirational