STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଯନ୍ତ୍ରଣାର ମନ୍ତ୍ରଣା

ଯନ୍ତ୍ରଣାର ମନ୍ତ୍ରଣା

1 min
1

କବିତା - ଯନ୍ତ୍ରଣାର ମନ୍ତ୍ରଣା
 ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୪-୨୦୨୬
++++++++++++++++++
 ଯନ୍ତ୍ରଣାର ମନ୍ତ୍ରଣା
ବେଳେ ବେଳେ ମୁଣ୍ଡକୁ ଚଢିଯାଏ
 କିଏ ତୁଣ୍ଡ ଖୋଲି ଗଳଗଳ କହିଯାଏ
 ଆଉ କିଏ ଲୁହ ଢ଼ାଳି ବରଷି ଯାଏ

 ଯନ୍ତ୍ରଣାର ସଣ୍ଠଣା
 ବେଳେ ବେଳେ ପିତ୍ତକୁ ଚଢିଯାଏ
କିଏ ହାତ ଉଠାଇ ବିପ୍ଲବ କରିଯାଏ
ଆଉ କିଏ ମୌନୀ ସନ୍ୟାସୀ ସାଜିଯାଏ

 ଯନ୍ତ୍ରଣାର ପାଉଣା
ବେଳେ ବେଳେ ମନରେ ବସିଯାଏ
କିଏ ହସି ହସି କଷ୍ଟ ଚପେଇ ଦିଏ
ଆଉ କିଏ ମୁଁହ ହାଣ୍ଡିକରି ରାଗିଯାଏ

 ଯନ୍ତ୍ରଣାର କରୁଣା
 ବେଳେ ବେଳେ ଚେତନାରେ ପସିଯାଏ
 କିଏ ଗୀତରେ ଗାଉ ଗାଉ ହଜିଯାଏ
ଆଉ କିଏ ଢ଼େଲା ମାରି ଆମ୍ବ ପାରୁଥାଏ

 ଯନ୍ତ୍ରଣାର ଦୟଣା
ବେଳେ ବେଳେ ଆତ୍ମାରେ ମହକୁଥାଏ
 କିଏ ବଉଳ ଫୁଲମାଳ ପରି ବାସୁଥାଏ
ଆଉ କିଏ ମାଳ ମଝିର ସୂତା ସାଜି ବାନ୍ଧୁଥାଏ

 ଯନ୍ତ୍ରଣାର ଗହଣା
 ବେଳେ ବେଳେ ସଫଳତାର ବାଟ ବତାଏ
 କିଏ ବିଶ୍ଵକପ ଜିତିବାର ସୁଯୋଗ ପାଇଥାଏ
 ଆଉ କିଏ ବଣମଲ୍ଲୀର ବାସ ବିତରି ଝରିଯାଏ

ଯନ୍ତ୍ରଣାର  ଗଞ୍ଜଣା
ବେଳେ ବେଳେ ବେତାଳ ପରି ଲାଉ ହେଇଥାଏ
କିଏ ଅସମ୍ଭବକୁ ସମ୍ଭବ କରିବାରେ ହିମ୍ମତ ଯୁଟାଏ
ଆଉ କିଏ ପ୍ରତିଶୋଧ ପରାୟଣ ହୋଇ ଅପରାଧ ଘଟାଏ

ଯନ୍ତ୍ରଣାର ମାର୍ଜଣା
ବେଳେ ବେଳେ ଆଇନା ପରି ଆଭାସି ପ୍ରତିବିମ୍ବ ଦେଖାଏ
କିଏ ରାଗକୁ ପାଳିନେଇ ବିବେକକୁ ମାନିନେଇ ରହିଥାଏ
ଆଉ କିଏ ସହି ନ ପାରି ଘାଇଲା ବାଘ ପରି ହୁଙ୍କାରୁ ଥାଏ


Rate this content
Log in

Similar oriya poem from Inspirational