ନିଗିଡି ପଡୁଛି ବୋଲି
ନିଗିଡି ପଡୁଛି ବୋଲି
କବିତା - ନିଗିଡ଼ି ପଡ଼ୁଛି ବୋଲି
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୪-୨୦୨୬
+++++++++++++++++++
ନିଝୁମ ରାତିର ସାଥି
ଝଡି ବରଷାର ପ୍ରୀତି
ମଗ୍ନ ମନରେ ଲଗ୍ନ ନିର୍ଦ୍ଧାରଣ କରୁ କରୁ
ଛାତି ଚିରି ଦେଲା ଅତୀତର ଅଲିଭା ସ୍କୃତି
ବାହାରେ ବର୍ଷାର ମୃଦୁ ପରିମାଣ
ଭିତରେ ଭାବନାରେ ଭଜନ କୀର୍ତ୍ତନ
ତନ ମନ ଯୌବନରେ ସିହରଣ ଜାଗରଣ
ହାତ ବଢେଇ ଭିଜିବାକୁ ଆଞ୍ଜୁଳା ଆଞ୍ଜୁଳା ନିମନ୍ତ୍ରଣ
ଘରର ଚାରିକାନ୍ଥ ପାଲଟେ ନୀରବ ପାନ୍ଥଶାଳା
ନିବୁଜ କୋଠରୀ ଭିତରେ ଥିବା
ଆସବାବପତ୍ର
ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଭିତରେ
ଦିଶିଯାଏ ଅଧାଲେଖା ପ୍ରେମ ପ୍ରତିଶୃତିର ଥାଳା
ବର୍ଷାର ତାଳେ ତାଳେ
ଭାବନା ବି ତରଳେ କାମନା ବି ପଖାଳେ
ବାସନା ବି କରାଳେ ଚେତନା ବି ବିକଳେ
ଚୋର ଉପରେ ଅଭିମାନ କରି
ଖପରାରେ ଖାଇବା ନ୍ୟାୟରେ
କେବଳ ନିଜ ଉପରେ ରହେନା
ନିୟନ୍ତ୍ରଣ ଅକାଳେ ସକାଳେ
ଫେଲ ମାରିଥାଏ ସବୁ ଫାନ୍ଦ ଫିକର
ଅୟୁତ ନିୟୁତ କଳା କୌଣଳ ମେଳେ
ଝପା କୁ ଝପା ଝଡ଼ି ବରଷା
ନିଗିଡି ପଡୁଛି ବୋଲି ପ୍ରେମ ଲୋକହସା
କ୍ଷଣକୋପୀ ପରି
ଗଙ୍ଗା କହିଲେ ଅଛି ସହସା
ଗାଙ୍ଗୀ କହିଲେ ନାହିଁ ଫସା
ସୁଅ ମୁଁହରେ ପତର ପରି ବେଶ୍ କୋଣଠେସୋ
କଥାରେ କହନ୍ତି
ବିଦ୍ୟୁତଲୋଚନା କାଳବୈଶାଖି ବର୍ଷା
ଆଉ ପାଗଳ ପ୍ରେମୀ ଯୁଗଳର ହର୍ଷା
ବେନି ଜନେ ଭୋଗନ୍ତି ସମ ଦଶା
ସହି ଯାଆନ୍ତି ଲାଜ ଅପମାନ କଳଙ୍କ ଇର୍ଷା
ଯେମିତି ସହୁଥାନ୍ତି
ଗଛଲତା ମାଳ ମାଳ ପାହାଡ଼ ପର୍ବତ
ଯୋଜନ ବିସ୍ତାରୀ ସବୁଜ କ୍ଷେତର ନୈସର୍ଗିକ ଦ୍ୱେଷା
