ସୂସମର୍ପଣ
ସୂସମର୍ପଣ
କବିତା - ସ୍ଵସମର୍ପଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୪-୨୦୨୬
+++++++++++++++++
ସକାଳୁ ସକାଳୁ ଉଠୁ ଉଠୁ
ଭିତରୁ ଗୁରୁ ଗମ୍ଭୀର ଅଭିଯୋଗ ଉଠେ
ମରି ଯାଇଛି କୁଆଡ଼େ ମୋ ସକ୍ରୀୟତା
ସରି ଯାଇଛି କୁଆଡ଼େ ମୋ ତତ୍ପରତା
ଡରି ଯାଉଛି କୁଆଡ଼େ ମୋ ଆମ୍ଭୀୟତା
ନିତ୍ୟକର୍ମ କରୁ କରୁ ସାରୁ ସାରୁ
ପଞ୍ଜରା ଭିତରୁ ବଜ୍ର ଗମ୍ଭୀର ଚେତାବନି ଛୁଟେ
ଘୋରି ଯାଉଛି ମୋ ଅଗୁରୁ ଚନ୍ଦନ ବ୍ୟବହାର
ଫେରିଯାଉଛି ମୋ ଟକଟକ ଶୋଣିତର ଧାର
ତରି ଯାଉଛି ମୋ ମାନବବାଦର ତାର୍କିକ ସୂର
ଖବର କାଗଜ ପଢୁପଢୁ ନିଜେ ଗାରୁ ଗାରୁ
ମନ ମସ୍ତିସ୍କରୁ ଯାତ୍ରା ଡାଏଲଗ୍ ପରି ମୁଠେ
ଭଟ୍ଟା ପଡିଲାଣି ଜୀବନ ଯମୁନାର ଜଳସ୍ତର
ମଠ ସାଜିଲାଣି ଅସ୍ତାଚଳଗାମୀ ଦାଢ଼୍ୟତା ଭକ୍ତିସ୍ଵର
ପାଗ ବାନ୍ଧିଲାଣି ବାନପ୍ରସ୍ଥଗାମୀ ଭାବନା ପ୍ରସ୍ତର
ଜୀବନ ଜୀବିକା ନିର୍ବାହ କରୁ କରୁ ମରୁ ମରୁ
ମନ ଗହନରେ ତିକ୍ତତାର ଝୋଟିଚିତ୍ର ଫୁଟେ
ତୁଣ୍ଡ କମାଣରୁ ସରିଲାଣି ବାରୁଦର ଧୂଆଁ
ମୁଣ୍ଡ ରାବଣଟା ଭାବିଲାଣି ଅବିବେକୀ ଛୁଆଁ
କୁଣ୍ଡ ଚାରାଗଛ ପରି ଚୌହଦୀରେ କୁଆଁ କୁଆଁ
ସମୟ ସୁଅରେ ଭାସୁ ଭାସୁ ପହଁରୁ ଫେରୁ
ମନ ଚୈତନରେ ସମ୍ଭାବନାର ସୂତାଖିଅ ମୋଟେ
ଶକ୍ତି ସାଗର କୂଳେ ଆଣ୍ଠୁମାଡି ପ୍ରଣିପାତ ଶରଣ
ଭକ୍ତି ସଙ୍ଗୀତ ଭଜନ କିର୍ତ୍ତନରେ ମିଳିବ ସ୍ୱସମର୍ପଣ
ମୁକ୍ତି ଧାମର ସନ୍ଧାନେ ଭବ ବନ୍ଧନୁ ହୁଗୁଳା ନିମନ୍ତ୍ରଣ
