STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସର୍ବକାଳୀନ ସମ୍ବିଧାନ

ସର୍ବକାଳୀନ ସମ୍ବିଧାନ

1 min
1

କବିତା - ସର୍ବକାଳୀନ ସମ୍ବିଧାନ
ରଚନା - ପଞ୍ଚାନନ ଜେନା
 ତାରିଖ -୧୮-୦୪-୨୦୨୬
 +++++++++++++++++++
 ଭଲ ଭାବନା ଚାଲ  ରଖିବା
ଭଲ ହିଁ ହେବ ଭାବିବା
ଏହା ହିଁ ସୃଷ୍ଟିର ନିୟମ
ଏହା ହିଁ ସୁବିଧା ଅସୁବିଧାରେ ସଂଯମ

 ଭଲ ଭାବନା ଚାଲ ପାଳିବା
ଖୁସି ଖବର ହିଁ ମିଳିବ ମନାସିବା
ଏହା ହିଁ ସୃଷ୍ଟିର ଦୃଷ୍ଟି ଯଷ୍ଟି ବିଧାନ
ଏହା ହିଁ ବିପଦ ଆପଦରେ ସମାଧାନ

 ଭଲ ଭାବନା ଚାଲ ରୋପିବା
 ମାନସିକ ଶାନ୍ତି ଫେରିବ ଆଶା କରିବା
 ଏହା ହିଁ ପ୍ରକୃତିର ଯଥାର୍ଥ ଆଇନ
ଏହା ହିଁ ସମସ୍ୟା ଜଞ୍ଜାଳରେ ସମ୍ବୋଧନ

 ଭଲ ଭାବନା ଚାଲ ବାଣ୍ଟିବା
ଶାରୀରିକ ପ୍ରଶାନ୍ତି ମିଳିବ ଭାବି ନେବା
ଏହା ହିଁ କର୍ମମୟ ଆନନ କାନନେ ଦାନ
 ଏହା ହିଁ ହୁତୁହୁତୁ ହତାଶାରେ ମୃଦୁ ପ୍ରଭଞ୍ଜନ

 ଭଲ ଭାବନା ଚାଲ ଫୁଟେଇବା
ସଜ ଫୁଲପରି କୋମଳ ହୃଦୟ ହେବା
ଏହା ହିଁ ମାନବ ଜାତିର ଧର୍ମ କର୍ମ ଆସନ
 ଏହା ହିଁ ସତ୍ୟ ଶିବ ସୁନ୍ଦର ଉପାସନା ପୂଜନ

 ଭଲ ଭାବନା ଚାଲ ମାଗିବା
ବନ୍ଧୁତ୍ବ ସ୍ଥାପନ ମୁଦ୍ରାରେ ମୁରୁକି ଦେବା
ଏହା ହିଁ ବିଶ୍ଵ ଭାତୃତ୍ଵ ରାସ୍ତାରେ ସମ୍ପର୍କ ସ୍ଥାପନ
 ଏହା ହିଁ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରୋଷୌଧି ଜ୍ଞାପନ

 ଭଲ ଭାବନା ଚାଲ  ଯାଚିବା
 ପ୍ରଚାର ପ୍ରସାର ପାଇଁ ଉତ୍ସାହୀ ହେବା
 ଏହା ହିଁ ସଂଗ୍ରାମୀ ପୁରୁଷର ଅଙ୍ଗ ଶୋଧନ
 ଏହା ହିଁ ଅନ୍ତରଙ୍ଗ ଭାଇଚାରାର ବୀଜ ବପନ

 ଉଲ ଭାବନା ଚାଲ ମାଖିବା
ଖେଳ ଖେଳରେ ଉତ୍ସବମୁଖର ହେବା
ଏହା ହିଁ ବିଶ୍ଵଶାନ୍ତି ସ୍ଥାପନ ବନ୍ଦନ ଅଭିନନ୍ଦନ
ଏହା ହିଁ ଯୁଦ୍ଧକ୍ଲିଷ୍ଟ ବିଶ୍ୱପାଇଁ ତାଜା ଅମ୍ଳଜାନ

 ଭଲ ଭାବନା ଚାଲ ଉଡ଼େଇବା
ପବନର ତାଳେ ତାଳେ କୋଣେ ଅନୁକୋଣେ ପହଞ୍ଚିବା
ଏହା ହିଁ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଶ୍ରେଷ୍ଠ ନିଦାନ
ଏହା ହିଁ ସଭ୍ୟ ମାନବର ପରମ ଚରମ ପ୍ରୋତ୍ସାହନ

 ଭଲ ଭାବନା ଚାଲ ମୁଠେଇବା
 ସମୟ ସୁବିଧା ଦେଖି ବୁଣି ଦେବା
ଏହା ହିଁ ବିତରଣ ସଂପ୍ରସାରଣ କରିବ ସମ୍ମୋହନ
ଏହା ହିଁ ଗୁନ୍ଥିବ ସର୍ବକାଳୀନ ବୈଶୀକରଣ ସମ୍ବିଧାନ


Rate this content
Log in

Similar oriya poem from Inspirational