STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଔଷଧୀୟ ସମର୍ପଣ

ଔଷଧୀୟ ସମର୍ପଣ

1 min
1

କବିତା - ଔଷଧୀୟ ସମର୍ପଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୦୪-୨୦୨୬
 +++++++++++++++++
 କିଏ କହୁଥିଲା
 ପ୍ରେମ ପରା ତରଳ ଅନୁଭବର ବିଭବ
 ଆଉ କିଏ ସବ୍ ଜାନତା ସାଜି କହୁଥିଲା
 ପ୍ରେମ ପରା ନିଃଶ୍ୱାସରେ ପକାଏ ପ୍ରଭାବ
 ବିଶ୍ଵାସରେ ଧିରେ ଧିରେ ବଢ଼ାଏ ସୌରଭ
ଶବ୍ଦସାରଶୂନ୍ୟ ସାଜେ କେବେ କେବେ
ବିନା ବାକ୍ୟବୟରେ ଗଜରୁ ଥାଏ ଗୌରବ

 ଆଉ ଥୋକେ ବିଫଳ ପ୍ରେମିକ ପୁଙ୍ଗବ
 ସଞ୍ଜ ଖଟିରେ ବସି ଗପୁଥିଲେ ବାସି ପ୍ରେମାନୁଭବ
 ପ୍ରେମ ପରା ବଙ୍କେଇ ଡଙ୍କେଇ ବଢୁଥାଏ
 କେବେ ସମୟ ସୁବିଧା ଦେଖି ଛିଡୁଥାଏ
 ଲୁହପିଆ ଓଠର ତୁଠ ହୋଇ
ଲୁହପୋଛା ହାତର ପାପୁଲି ହୋଇ
ପ୍ରେମ ଝରୁଥାଏ ଅବିରତ ପ୍ରୟାସୀ ଉତ୍ସବ

 ପ୍ରେମ ଆଉ ଶ୍ରାବଣ
 ଭିଜେଇ ଦିଏ ନୂଆ ଶ୍ରବଣ ଦ୍ରବଣ
ଅଦିନିଆ ଟୁପୁର୍ ଟାପର୍ ହୋଇ
 କେବେ କାଳବୈଶାଖିର ତାଣ୍ଡବ ନେଇ
କେବେ ବରକୋଳିଆ ଗାଣ୍ଡିବ ଥୋଇ
ପ୍ରେମ ଛିଟାରେ ମହୁଲି ନିଶାରେ
 ବୁନ୍ଦା ବୁନ୍ଦିରେ ଭିଜା ଭିଜା ସଞ୍ଜରେ
 ନୂଆ ଅନୁଭବରେ ପରିଣତ କରେ ଶ୍ରମଣ

 ପୁଣି କିଏ କହୁଥିଲା
ପ୍ରେମ ପରା ତ୍ୟାଗରେ ତର୍ପଣ
ସମ୍ପୂର୍ଣ୍ଣ ଅର୍ପଣରେ ଝଲସେ ମୁଖ ଦର୍ପଣ
 ଅପେକ୍ଷାରେ ଆହୁରି ସିନ୍ଦୁରିତ ହୁଏ
ବିରହ ବେଦନା ନାଶକ ଔଷଧୀୟ ସମର୍ପଣ ।


Rate this content
Log in

Similar oriya poem from Tragedy