STORYMIRROR

Panchanan Jena

Romance

4  

Panchanan Jena

Romance

ପଞ୍ଜୀକରଣ

ପଞ୍ଜୀକରଣ

1 min
2

କବିତା - ପଞ୍ଜୀକରଣ
 ରଚନା - ପଞ୍ଚାନନ ଜେନା
ତାରିଖ -୩୧-୦୩-୨୦୨୬
 +++++++++++++++++
ମନେ ମନେ ରାଣ ପକେଇ
 ପଣତ କାନିରେ ଗଣ୍ଠି ଲଗେଇ
ତୁଳସୀ ଚଉରା ମୂଳେ ମୁଣ୍ଡିଆ ଦେଇ
 ଭାବି ନେଇଥିଲି
 ପ୍ରଥମ ପ୍ରେମର ଜବନିକା ସରିଲା ଭାଇ

 ଯାହା ବି ହେଉ
 ଏକ ପାଖିଆ ପ୍ରେମ ବଡ଼ ବିଚିତ୍ର
 ସ୍ଵଳ୍ପ କାଳୀନ ଆନନ୍ଧାନୁଭବ ଯାହା
ବୀରହ ଜ୍ୱଳନ ମିଳିବା କଟୁସତ୍ୟ
ଚକ୍ରବୃଦ୍ଧି ସୁଧହାର ବଢିବା ସତ୍ୟ
ଦୀର୍ଘସୂତ୍ରୀ ପ୍ରତାରଣା ଅତ୍ର ତତ୍ର ସର୍ବତ୍ର

 ସେ ତ ତା ବାଟରେ ଉଡିଗଲା
ନୂଆ ନିଡ଼ ସନ୍ଧାନରେ
ସଧବା ନାରୀର ପରିଚୟ ପିନ୍ଧି
 ନୂଆ ସାଥି ବନ୍ଧନରେ

 ଠାଣି ନେଲି
ବାଟ ଘାଟରେ ସାମନା ସାମନି ହେଲେ ବି
 ଯାନି ଯାତ୍ରାରେ ଦେଖା ଦେଖି ହେଲେ ବି
ମେଳା ପାର୍ବଣରେ ନଜର ପଡ଼ିଗଲେ ବି
ବିବାହ ବ୍ରତରେ ଆଖ ପାଖରେ ପାଇଲେ ବି
ମନ୍ଦିର ବେଢ଼ାରେ ପରିକ୍ରମା କାଳରେ ବି
ନ ଦେଖିଲା ପରି
 ଅଚିହ୍ନା ଇତର ପ୍ରାଣୀ ପରି
 ବେଖାତିର ଢ଼ଙ୍ଗରେ ପ୍ରତିବାଦ କରି
ମୁଁହ ଲୁଚାଇ ପଳେଇବି
 ଫୁରକିନା ଗାଣ୍ଡିହଲା ଚଢ଼େଇ ପରି

 ହଠାତ୍ ଦୈବାତ୍ ସେଦିନ
ଷ୍ଟେସନ ନିକଟରେ ଦୂରରୁ
ସେହି କମକୂଟ ଛବିଟେ ଦିଶିଗଲା
ମୋ ଆଡକୁ ଅଗ୍ରସର ହେଉ ହେଉ
ସେହି ରୂପ ଲାବଣ୍ୟର ଛଟା ପ୍ରକାଶି ଭାସିଲା

 ସୂତଃ ମନରେ ଭାବନା ଗଜୁରିଲା
 ଆଜି ଭଲ କି ଆଖି ପୁରେଇ ଦେଖି ନେବି
ଦୁଇ ଚାରି ପଦ କଥା ବାର୍ତ୍ତା ବି ହେଇଯିବି
କପେ କଫି ପାଇଁ ବି ଅନୁରୋଧ ଆଳରେ
 ଅତି ନିକଟରୁ ରୂପାଜହ୍ନକୁ ପରଖି ନେବି

 ଆଉ ସତ କହୁଛି
 ତ୍ରିବାର ସତ୍ୟ କରି ରାଣ ନିୟମ କରୁଛି
ଏହା ପରେ ପୁଣି ଭୂଲିଯିବି
 ପ୍ରଥମ ପ୍ରେମର କବର ଦେଇ ଦେବି
 ପୋଷ୍ଟମଟମ ରିପୋର୍ଟରେ ଉଲ୍ଲେଖ କରିଦେବି

 ଚିର କୁମାର ରହିବା ନୁହଁ ସନ୍ଧିହାନ
 ସୁଯୋଗ ମିଳିଥିଲେ
 ସୁବିଧା ପାଇଥିଲେ
 ମଉକା ଦେଖି ଚଉକା ମାରି ପାରିଥାନ୍ତା ଏ ଅର୍ବାଚୀନ
 ଦ୍ୱିତୀୟ ଋତୁପାଇଁ ପଞ୍ଜିକରଣ କରିଥାନ୍ତା ଏ ମୁଢ଼ଜ୍ଞାନ


Rate this content
Log in

Similar oriya poem from Romance