STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଭାବଗ୍ରାହୀ ଭଗବାନ

ଭାବଗ୍ରାହୀ ଭଗବାନ

1 min
182


  ରଥ ପଥ ଜଗନ୍ନାଥ

ଗାଉଛନ୍ତି ଶୁଭ  ମଙ୍ଗଳ ସଙ୍ଗୀତ

  ସ୍ୱାଚ୍ଛନ୍ଦ୍ୟ ମୁକତି ମନ୍ତ୍ର

ଆଜି ଶ୍ରୀକ୍ଷେତ୍ରେ ଗୁଣ୍ଡିଚା ଯାତ ।


ସଜ ହୋଇଅଛି  ତିନିଗୋଟି ରଥ

   ନନ୍ଦିଘୋଷ ତାଳଧ୍ଵଜ

ଦେବଦଳନରେ  ବିଜେ ସୁଦର୍ଶନ

   ଶ୍ରୀଦେବୀ ସୁଭଦ୍ରା ମାତ

   ବାଜୁଛି କାହାଳୀ ଘଣ୍ଟ

ଦାରୁକ ମାତଳୀ  ଅର୍ଜୁନ ସାରଥି

  କୁହାଟେ ଡାହୁକ ଗୀତ ।

ଆଜି ଶ୍ରୀ କ୍ଷେତ୍ରେ ଗୁଣ୍ଡିଚା ଯାତ ....


ଚାଲନ୍ତି ଆଗରେ  ଭ୍ରାତ ବଳରାମ

   ମଧ୍ୟେ ଭଗ୍ନୀ  ସୁନାଚାନ୍ଦ

ଗହଳୀ ଲଗାଇ  ଆସୁଥାନ୍ତି ପଛେ

   ଭାବଗ୍ରାହୀ ଭଗବାନ

   କାଳିଆ ଜଗତନାଥ

ନିର୍ନିମେଷ ତାର  ଚକାନୟନକୁ

  ଚାହିଁ ଦେଲେ ହରେ ଦୁଃଖ ।

ଆଜି ଶ୍ରୀ କ୍ଷେତ୍ରେ........


ବିଜେ ତିନିରଥେ  ଚତୁର୍ଦ୍ଧା ମୂରତି

   ବିଶ୍ୱ ସର୍ବ ଦେବାଦେବୀ

ଗନ୍ଧର୍ବ କିନ୍ନର   ଯକ୍ଷ ନରନାରୀ

   ଜାତି ଧର୍ମ ବର୍ଣ୍ଣ ଭୁଲି

   ଟେକି ଶୂନ୍ୟେ ଦୁଇ ହାତ

କରନ୍ତି ଗୁହାରୀ   ରଖ ମହାବାହୁ

   ଜୟ ଜୟ ଜଗନ୍ନାଥ ।

ଆଜି ଶ୍ରୀକ୍ଷେତ୍ରେ.......


ନାଶ ହେଉ ତମ  ଘୋର ଅନ୍ଧକାର

   ହି°ସା 6ଦ୍ୱଷ ଅହଙ୍କାର

ଚଳୁ ବଡ଼ଦାଣ୍ଡେ  ଜାତି ନନ୍ଦିଘୋଷ

    ହସୁ ପରିବାର ଘର

    ଜୀବନ ହେଉ ସ୍ୱଚ୍ଛନ୍ଦ

ମିଳୁ ସୁଖ ଶାନ୍ତି   ସୁଗତି ମୁକତି

   ପରମ ପ୍ରେମ ଆନନ୍ଦ ।

ଆଜି ଶ୍ରୀ କ୍ଷେତ୍ରେ ......

  



Rate this content
Log in

Similar oriya poem from Inspirational