STORYMIRROR

Satyabati Swain

Inspirational

3  

Satyabati Swain

Inspirational

କୃଷ୍ଣଚୁଡା ଓ ଗ୍ରୀଷ୍ମ

କୃଷ୍ଣଚୁଡା ଓ ଗ୍ରୀଷ୍ମ

1 min
4


ପାହାନ୍ତି ଆକାଶର 

ବିଭୋର ତାରାଟିଏ

ଥିରି ଖସୁଥିଲା

ମଲା ମାଟି ପରେ

ସୂର୍ଯ୍ୟ ଦାନ୍ତ ନେଫେଡେଇ

ଓଠ କାମୁଡୁଥିଲା

ସକାଳ ଅଳସ ଭାଙ୍ଗି ହାଇ ମାରି ଥିଲା

ଗୁଳୁଗୁଳି କଂସ

ଅତ୍ୟାଚାର କରୁଥିଲା

ଚୁପ୍ ଚାପ୍ ନିଛାଟିଆ ଖରା

ଜାଳୁଥିଲା

ହଠାତ୍

କେହି ଜଣେ

ଠକ୍ ଠକ୍ କଲା

ବନ୍ଦ ଦରଜା ସେ ପାଖେ।


ଖୋଲିଲି

କେବେଠୁ ଜାମ ହୋଇଥିବା

ମୋ ହୃଦ ଦରଜା

ଏ କଣ??

କାହାକୁ ଦେଖିଲି!!

ନିହାତି ଅଚିହ୍ନା

ନିହାତି..

କିନ୍ତୁ ଗୋଟା ପଣେ 

 ମୋର ଲାଗୁଥିଲା 

ନିଜର ନିଜର

ବାସୁଥିଲା

ମତୁଆଲା କରି।


ତା ସ୍ୱର

ଚମତ୍କାର ଥିଲା

ଯଦିଓ ପୂର୍ଣ୍ଣତା

ଖୁନ୍ଦି ଖୁନ୍ଦି ଥିଲା ଜୀବନେ

ତେବେ ବି

କିଛି ଗୋଟେ

ଅଭାବ ଥିଲା ବୋଧ

ଶୁନ୍ୟତା ଥିଲା

ଯାହା ଇପ୍ସିତ ତାକୁ ମିଳିବ ନାହିଁ କେବେ ବି

 ଜାଣି ମଧ୍ୟ

ସେଇ ଶଗଡ଼ ଗୁଳାରେ

ଚାଲିବାକୁ ଆଗଭର ହୋଇଥିଲା

କୃଷ୍ଣ ଚୂଡ଼ା ହସୁଥିଲା5

ହସିବ ବେଖାତିରି କରି

ଗ୍ରୀଷ୍ମ ଡହକ।


ହେଉ ଯେତେ ତାତି

ସେ ନାଲି ଟହ ଟହ ହସ ହସିବ 

ଅଂଶୁଘାତ ତାର କଣ କରିବ ?


ସେ ବା ଫଳିବାକୁ ବାଧ୍ୟ

ନ ହେଲେ

ତା ଜରାୟୁ ଅଭିଶପ୍ତ ହେବ ଯେ।




Rate this content
Log in

Similar oriya poem from Inspirational