ନର ଦେହେ ନାରାୟଣ
ନର ଦେହେ ନାରାୟଣ
ନିଜକୁ ମଣୁଥିଲି ମୁଁ ବଡ ଭକତ,
ଦିନର ଅଧିକ ସମୟ ପୂଜା ରେ ଯାଉଥିଲା ବିତି,
ଭଲ ପାଉଥିଲି ଶୁଣିବାକୁ ଗୀତା ଭାଗବତ,
ଦାମୀ ଭୋଗ ଲଗାଇବା ରେ ଥିଲା ମୋ ଖ୍ୟାତି।
ଭାବୁଥିଲି ମୁଁ , ଭକତି ମୋ ଭାରି ଶ୍ରେଷ୍ଠ,
ଲୋକ ଙ୍କ ମୁଣ୍ଡ ମାରି ପଇସା କରିବା ମୋ ବେପାର,
ହେଲେ ପଛାଉ ନଥିଲି କରିବାକୁ ଲୋକଙ୍କୁ ଅନିଷ୍ଟ,
କାହାକୁ ଖାଇବାକୁ ଦେବା ଜାତକରେ ନଥିଲା ମୋର।
ଦିନେ ମୁଁ ଭାବିଲି ଭଗବାନ କାହିଁକି ଦଉ ନାହାନ୍ତି ଦେଖା,
ସପନେ ଆସିଲେ ନାରାୟଣ,
କହିଲେ ବାରମ୍ୱାର ହେଲି ତୋର ସମ୍ମୁଖ,
ତଥାପି କହୁଛୁ ତୋତେ ଦେଇନି ମୁଁ ଦରଶନ।
ଖାଇବା ମାଗିଲି ନଦେଲୁ ତୁହି,
ଶାରିରୀକ ପିଟା କେତେ ରଖିନି ମୁଁ ତା ହିସାବ,
ହତାଦର ବି କଲୁ କ'ଣ ଜାଣି ନାହିଁ,
ତଥାପି କହୁଛୁ ମୁଁ ତୋର ସରବ।
ମନରେ ଦେଲି ଚାପ,
କହିଲି ଆଜି ପ୍ରଥମ ଥର ଦେଇଛ ଦରଶନ ,
ନାରାୟଣେ କହିଲେ ମନୁଷ୍ଯ ହେଇ ଜାଣିଗଲି ତୋ ଦେବ ଭାବ,
କ'ଣ ଜାଣିନୁ ତୁହି ନର ଦେହେ ଯେ ନାରାୟଣ ବସଇ।