Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟଦୁର୍ଗା ବନ୍ଦନା

ଜୟଦୁର୍ଗା ବନ୍ଦନା

1 min
157



ନମସ୍ତେ ସିଦ୍ଧ ସେନାନୀ ମନ୍ଦର ବାସିନୀ l

ନମସ୍ତେ କୃଷ୍ଣପିଙ୍ଗଳେ କାଳି କପାଳିନୀ ll

ନମଃ ନମଃ ମହାକାଳି ଭଦ୍ରକାଳି ନମଃ l

ତୋ ସ୍ମରଣେ କଟିଯାଏ ଜୀବଙ୍କର ଭ୍ରମ ll

ଚଣ୍ଡୀ, ଚଣ୍ଡେ ନମସ୍ତୁଭ୍ୟ ସଙ୍କଟ ତାରିଣୀ l

ପ୍ରଚଣ୍ଡେ, ଚାମୁଣ୍ଡେ ଚଣ୍ଡମୁଣ୍ଡ ବିଧ୍ଵଂସିନୀ ll

କତ୍ୟାୟନୀ ମହାମାୟୀ କରାଳ ବଦନୀ l

ଖଡ୍ଗ, ଖେଟକ ଧାରିଣୀ ମହିଷା ମର୍ଦ୍ଦିନୀ ll

ନନ୍ଦଗୋପ କୂଳେ ଜାତ ମାତ କୃଷ୍ଣାଗ୍ରଜା l

ରଣରଙ୍କେ କୋଉଶିକି ନମସ୍ତେ ଗିରିଜା ll

ଧୁମ୍ରଆକ୍ଷୀ, ଧୂମା, ଧୁମ୍ରଲୋଚନ ନାସିନୀ l

ହିରଣ୍ୟାକ୍ଷୀ ଵିରୂପାକ୍ଷି ନମଃ ତ୍ରିଲୋଚନି ll

ବ୍ରହ୍ମ ବିଦ୍ୟା ସିଦ୍ଧ ବିଦ୍ୟା ମହାବିଦ୍ୟା ତୁହି l

ବ୍ରହ୍ମ ସନାତନୀ ମାତ ତୋ ପଦେ ନମଇଁ ll

ନମଃ ମା ଅପରାଜିତା ଜୟା ମା ବିଜୟା l

ନମଃ ନମଃ ଦୟାମୟୀ ରଖିଥିବୁ ଦୟା ll

ନମଃ ନମଃ ଜୟଦୁର୍ଗା କାନ୍ତାର ବାସିନୀ l

ଜୟଦିଅ ସର୍ବକାର୍ଯ୍ୟେ ନମଃ ନାରାୟଣୀ ll

                

                    

         

 


Rate this content
Log in

Similar oriya poem from Inspirational