STORYMIRROR

BANA BIHARI MISHRA

Inspirational Others

3  

BANA BIHARI MISHRA

Inspirational Others

ଫୁଲ

ଫୁଲ

1 min
174

ଫୁଲ ହୋଇ ବି ଦୁଃଖରେ ରହିଛି,

କଣ୍ଟା ସହ ନୀତି ଘାଣ୍ଟି ହେଉଛି,

ଯନ୍ତ୍ରଣା ବା କିଏ ବୁଝିପାରିଛି,

ମୁଁ କାଳେ ସବୁବେଳେ ହସୁଛି 

ଓ ଭାରି ବଢ଼ିଆ ବାସୁଛି।


କଢ଼ିଟିଏ ଅଙ୍କୁରିତ ହୋଇ ଥାଏ,

ମନରେ କେତେ ଭୟ ରହେ,

ଶୁଣି ଶୁଣି ଥକି ଯାଏ,

କିଏ ପ୍ରେମିକାକୁ, କିଏ ଠାକୁରଙ୍କୁ ମନାସି ଥାଏ।


ଯେବେ ପୁଣି ପ୍ରସ୍ଫୁଟିତ ହୁଏ,

ମୋ ମହକ ଖେଳେଇଯାଏ,

ପବନରେ ମୁଁ ଦୋହୋଲୁଥାଏ, 

କିଛି ବୁଝିବା, ଦୁନିଆ କୁ ମନଭରି 

ଦେଖିବା ପର୍ବରୁ କିଏ ତୋଳିନିଏ।


ପଡ଼ି ଥାଏ ମୁଁ

କେବେ ଖିନ୍ ଭିନ୍ ହୋଇ ବାସର ଶେଯରେ,

କେବେ ପୁଣି କାହା ଗଭାରେ,

କେବେ କେଉଁ ଠାକୁରଙ୍କ ପାଦରେ,

କେବେ କୋଉ ନେତା ମନ୍ତ୍ରୀ ଗଳାରେ,

କେବେ ଝୁଲୁଥାଏ ନାଟ ମଣ୍ଡପରେ।


ଚାହିଁ ନାହିଁ ମୁଁ କୋଉଠି ପଡ଼ିବାକୁ,

ଚାହିଁଛି କେବଳ ପରିପକ୍ବ ହେବାକୁ,

ମୋ ଠାରୁ ପୁଣି ନୂଆ ସୃଷ୍ଟିର ମାନ୍ୟତାକୁ,

ଆନନ୍ଦରେ ଫେରିବାକୁ ସେଇ କୋଳକୁ,

ଯାହାଠାରୁ ମୁଁ ପାଇଥିଲି ନିଜକୁ ।


Rate this content
Log in

More oriya poem from BANA BIHARI MISHRA

Similar oriya poem from Inspirational