STORYMIRROR

kahnu charan sahu

Inspirational

3  

kahnu charan sahu

Inspirational

ୟେ କି ପ୍ରେମ

ୟେ କି ପ୍ରେମ

1 min
206

କହିଲ, 

ପ୍ରେମ କରୁଥିବା ମଣିଷମାନେ

ପ୍ରେମରେ କଣ 

ଦୁଃଖ ପାଏ ଜଣେ !


ପ୍ରେମ ମାନେ ତ ଈଶ୍ୱର

ତେବେ ଯନ୍ତ୍ରଣାରେ

ହୁଅ କାହିଁ ଜର୍ଜରିତ !

ପ୍ରକୃତ ପ୍ରେମ କରିବାରେ ବିଫଳ ତମେ

ନଚେତ ପ୍ରେମର ସଂଜ୍ଞା ହିଁ ପରିବର୍ତ୍ତନ ତୁମ ଠାରେ !


ପ୍ରେମର ନାଆ ଦେଇ 

ପିତାମାତାଙ୍କୁ ଦୂରେଇଦେଲ

କଣ ଏହା ପ୍ରେମ !

କୁହ ତମେମାନେ 

ପ୍ରଥମ ପ୍ରେମ ଭୁଲି ହୁଏନା

ହେଲେ ସାକ୍ଷାତ ଈଶ୍ୱରଙ୍କ ପ୍ରଥମ ପ୍ରେମ

ଭୁଲିଗଲ କିପରି ?


ପ୍ରେମ ର ଅର୍ଥ ହିଁ 

ଆନନ୍ଦ ହିଁ ଆନନ୍ଦ 

ଯେଉଁ ଯାଏଁ ଅନ୍ୟ ଆଖିରେ 

ଲୁହର ଧାର ବହୁଛି

ତମ ପ୍ରେମ ପ୍ରେମ ନୁହେଁ 

ଯଦିବା ପ୍ରେମ ତାହେଲେ ସେପ୍ରେମ ନକଲି !


କେତେ ଯନ୍ତ୍ରଣା ସହି 

ମାତା ଜନ୍ମଦିଏ

କେତେ ଶୀତ ବର୍ଷା ଖରାକୁ ଖାତିରି ନ କରି

ପିତା ଜୀବନପଥ ସଜାଡେ

ଆଉ ସଜଡ଼ା ହେଲାପରେ

ଭୁଲିଯାଅ ତମେ ସେହି ବିଶ୍ୱକର୍ମାଙ୍କୁ

ଭୁଲିଯାଅ ତମେ ସେହି ବିଶାଳ ହୃଦୟ ବହିଥିବା ମାତାଙ୍କୁ !


ହେ,

ମାନବ ଯାହା ତମେ ପ୍ରେମ ଭାବୁଛ

ତାହା ପ୍ରେମ ନୁହେଁ 

ଇନ୍ଦ୍ରଜାଲ, ଭେଜାଲ ପ୍ରେମର ପ୍ରତୀଘର

ପ୍ରକୃତ ପ୍ରେମକୁ ଥରେ ବୁଝିବାକୁ ଚେଷ୍ଟାକର

ହେ, ବୁଝିବାକୁ ଚେଷ୍ଟାକର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational