STORYMIRROR

SACHALA GURU

Inspirational

3  

SACHALA GURU

Inspirational

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
157

ମାତା ସରସ୍ୱତୀ   ପିତା ଗଣପତି 

   ମାତାପିତା ମୋର ଯେହୁ 

ପ୍ରଥମ ଲେଖାରେ  ସୁମରଣା କରେ

  କଣ୍ଠେ ବିରାଜିତ ସେହୁ  


 ଆନ୍ତରିକେ ତାଙ୍କୁ  ମନ ଲଗାଇଲେ  

     ପୂରଣ କରିଣ ଦେବେ  

 ଆରମ୍ଭରୁ ଶେଷେ  ଅବଶ୍ୟ ଯେ ଭାବେ 

    ହୁଆଇ ତାହା ସମ୍ଭବ  


 ଭାବକୁ ନିକଟ   ଅଭାବକୁ ଦୂର  

    ଈଶ୍ୱର ହୁଏ ପ୍ରତିଷ୍ଠା  

  ଅନ୍ତରିକ ଇଚ୍ଛା   ଦୁଷ୍ଟଙ୍କ ସଦିଚ୍ଛା  

    ଆତ୍ମା ନୁହଁଇ ତା ଶ୍ରେଷ୍ଠ 


ସୁଜ୍ଞାନୀର ଜ୍ଞାନ   ଆହରଣ ପାଇଁ 

    ତାଙ୍କୁ କରିଲେ ସମ୍ମାନ 

ପାଞ୍ଚମନ ରଖି   ପଚିଶ ପ୍ରକୃତି 

   ରହିଅଛି ତାକୁ ଜାଣ


ଷଢ଼ ରିପୁ ମନୁ   କରିଦେଇ ଦୂର 

   ଦୟା କ୍ଷମା ଅlଚରିବ

 ସଦାଚାରଗତ   ସ୍ୱାସ୍ଥୟନୀ ବ୍ରତ 

   ମନ ଦୃଢ଼ କରିଥିବା 


କଲା କର୍ମ ଫଳ    ନିଶ୍ଚିତ ପାଇବ 

   ତାହା ନୁହେଁ ଯେ ଅନ୍ୟଥା 

ପ୍ରକୃତ ମାର୍ଗର  ପଥିକ ହେବାକୁ 

   କର ଏବେଠୁ ବ୍ୟବସ୍ଥା 


ଶରଣ ପଶଇ  ପିତା ମାତା ମୋର 

   ନିଜ ଶକ୍ତି ହୃଦ ଗତେ 

ହୃଦଚକ୍ର ପରେ  ଲୟ ଲଗାଇଲେ 

   କଣ୍ଠେ ବଷନ୍ତେ ନିରତେ 


ବିଦ୍ୟାଦାତ୍ରୀଠାରେ  ମନ ରଖିଥିଲେ 

   ଅକର୍ମେ କର୍ମ ଦାୟକ 

ଯା ନାମ ସୁମରି   କାଳିଦାସ ପୁଣି 

   ଲେଖିଲେ ବିଭିନ୍ନ ଶ୍ଳୋକ  


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Inspirational