ଲେଖା ପଛର ପ୍ରେରଣା
ଲେଖା ପଛର ପ୍ରେରଣା


ମାତା ସରସ୍ୱତୀ ପିତା ଗଣପତି
ମାତାପିତା ମୋର ଯେହୁ
ପ୍ରଥମ ଲେଖାରେ ସୁମରଣା କରେ
କଣ୍ଠେ ବିରାଜିତ ସେହୁ
ଆନ୍ତରିକେ ତାଙ୍କୁ ମନ ଲଗାଇଲେ
ପୂରଣ କରିଣ ଦେବେ
ଆରମ୍ଭରୁ ଶେଷେ ଅବଶ୍ୟ ଯେ ଭାବେ
ହୁଆଇ ତାହା ସମ୍ଭବ
ଭାବକୁ ନିକଟ ଅଭାବକୁ ଦୂର
ଈଶ୍ୱର ହୁଏ ପ୍ରତିଷ୍ଠା
ଅନ୍ତରିକ ଇଚ୍ଛା ଦୁଷ୍ଟଙ୍କ ସଦିଚ୍ଛା
ଆତ୍ମା ନୁହଁଇ ତା ଶ୍ରେଷ୍ଠ
ସୁଜ୍ଞାନୀର ଜ୍ଞାନ ଆହରଣ ପାଇଁ
ତାଙ୍କୁ କରିଲେ ସମ୍ମାନ
ପାଞ୍ଚମନ ରଖି ପଚିଶ ପ୍ରକୃତି
ରହିଅଛ
ି ତାକୁ ଜାଣ
ଷଢ଼ ରିପୁ ମନୁ କରିଦେଇ ଦୂର
ଦୟା କ୍ଷମା ଅlଚରିବ
ସଦାଚାରଗତ ସ୍ୱାସ୍ଥୟନୀ ବ୍ରତ
ମନ ଦୃଢ଼ କରିଥିବା
କଲା କର୍ମ ଫଳ ନିଶ୍ଚିତ ପାଇବ
ତାହା ନୁହେଁ ଯେ ଅନ୍ୟଥା
ପ୍ରକୃତ ମାର୍ଗର ପଥିକ ହେବାକୁ
କର ଏବେଠୁ ବ୍ୟବସ୍ଥା
ଶରଣ ପଶଇ ପିତା ମାତା ମୋର
ନିଜ ଶକ୍ତି ହୃଦ ଗତେ
ହୃଦଚକ୍ର ପରେ ଲୟ ଲଗାଇଲେ
କଣ୍ଠେ ବଷନ୍ତେ ନିରତେ
ବିଦ୍ୟାଦାତ୍ରୀଠାରେ ମନ ରଖିଥିଲେ
ଅକର୍ମେ କର୍ମ ଦାୟକ
ଯା ନାମ ସୁମରି କାଳିଦାସ ପୁଣି
ଲେଖିଲେ ବିଭିନ୍ନ ଶ୍ଳୋକ