ଦେବତା
ଦେବତା
ନ ଖୋଜୁଛି ତୀର୍ଥ ପୁଣି
ନ ଲୋଡ଼େ ଦେବତା
ନ ପଢ଼ିଛି ମନ୍ତ୍ର କେବେ
ଭାଗବତ ଗୀତା l
ସକଳ ତପସ୍ୟା ଥିଲା
ଗୋଟିଏ ଚରଣେ
ଖୋଜୁଛି ଜୀବନେ ଫୁଣି
ଖୋଜିବି ମରଣେ l
ଘୁରି ଘୁରି କାଳଚକ୍ର
କରୁଛି ଆଘାତ
ଦିନ ପରେ ଦିନ ଗଡି
କରିଦିଏ ବ୍ୟସ୍ତ l
ଟେକି ମୁଁ ରଖିଛି ପାଦ
ହେବା ପାଇଁ ଯାତ୍ରୀ
କ୍ଷୀଣ ହୁଏ ଦିନ ମୋର
କିନ୍ତୁ ବଢେ ରାତ୍ରି l
