STORYMIRROR

Debashis Pati

Inspirational

4  

Debashis Pati

Inspirational

ମା ସରସ୍ଵତୀ

ମା ସରସ୍ଵତୀ

2 mins
354

ଋତୁରାଜର ଆଗମନେ ମା’ 

ଶୁଭ ସାହାନାଇ ସୁରେ,

ବିରାଜୁଥାଉ ଏ ଧରାଧାମେ ମା’

  ବସନ୍ତ ପଞ୍ଚମୀ ଲଗ୍ନରେ।


ତୋର ଆଗମନେ ପ୍ରକୃତି ରାଣୀ ମା’

   ହୁଏ ନବ ପଲ୍ଲବୀତ,

ନର,ପଶୁ ,ପକ୍ଷୀ କୀଟ ତରୁ ଦେହେ

      ଶ୍ରୀ ରେ ମୁଖରିତ ।


ଦୀନ ଅକିଞ୍ଚନ ଅଜ୍ଞାନୀ ସୁତା ମୁଁ

  ତୋ ପାଦେ କୋଟି ପ୍ରଣାମ,

କରେ ଅଳି ବିଞ୍ଚ ଜ୍ଞାନର ବୀଜ ମା

     ସଦ୍ ଜ୍ଞାନୀ ହେଉ ଏ ଧାମ।


ଶୁଭ୍ର ବସ୍ତ୍ରେ ମା’ ମରାଳ ବାହନେ

   ପଙ୍କଜରେ ବିରାଜିତା,

ଅକ୍ଷୟ ଜ୍ଞାନର ବୀଣା ଝଙ୍କାରେ

    ଦେଉ ଶାନ୍ତିର ବାରତା।


ଏ ଧରାଧାମ ତୋ ଆଶୀଷ ବଳେ

    ଜାତ ଜ୍ଞାନୀ, ମୁନି ଗଣ,

ଜ୍ଞାନର ବଡିମା ବିକାଶି କଲାଣି

   ଚନ୍ଦ୍ର ଲୋକେ ଅବସ୍ଥାନ।


ସବୁଠାରୁ ଶ୍ରେଷ୍ଠଜୀବ ବୋଲି ତାକୁ

   ଦେଇଅଛୁ ସଦ୍ ଜ୍ଞାନ,

ଅଦ୍ଭୁତ ପ୍ରକାର କର୍ମ କରିଆଜି

     କରେ ନୂଆ ଉଦ୍ଭାବନ।


କୃପାବାରି ଧାରା ବର୍ଷଣ କରିଥା

  ଏ ଜଗତ ଜନ ପରେ,

ହଟୁ କାମକ୍ରୋଧ,ଲୋଭ,ମୋହ,ପାପ

  ପାଇ ସୁଶିକ୍ଷା, ସଂସ୍କାରେ ।


ଅଭୟଦାୟିନୀ ମା’ ବାଗ୍ ଦେବୀ

  ତୋ ପାଦେ କରେ ପ୍ରଣତି,

ସୁଖ,ଶାନ୍ତି, ସ୍ଵସ୍ତି,ମୈତ୍ରୀ ର ମଳୟ

   ବହୁଥାଉ ଏଠି ନିତି।


ଝରୁଥାଉ ସଦା ଲେଖନୀରୁ ମୋର

   ତୋ ପ୍ରେମ ଅମୃତ ଝର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational