STORYMIRROR

Papu parida

Inspirational

4  

Papu parida

Inspirational

ଏ ମଣିଷ ତୁ ମଣିଷ ହୋଇ ଯାଆ

ଏ ମଣିଷ ତୁ ମଣିଷ ହୋଇ ଯାଆ

2 mins
563

ଥରେ ନିଶ୍ଚୟ ପଢନ୍ତୁ ଓ ମତାମତ ଦିଅନ୍ତୁ।

ଶୀର୍ଷକ : ଏ ମଣିଷ ତୁ ମଣିଷ ହୋଇଯାଆ।


ମିଛ ସବୁ ଗର୍ଵ ତୋର

 ମିଛ ତୋର ଅହଂକାର

ବୋଲାଉଛୁ ଶ୍ରେଷ୍ଠ ପ୍ରାଣୀ

କିପରି ତୁ ଅଟୁ ଶ୍ରେଷ୍ଟ 

ଅଛି କିରେ ଉତ୍ତର?


ଈର୍ଷାରେ ଗୋଡ଼ ଟାଣିବା

କା ରାସ୍ତାରେ କଣ୍ଟା ହେବା

ଯଦି ତୋ ଆଗକୁ କେହି ଗଲା ବଢି

ତାକୁ ଟାଣି ଘୋଷାରି ଦଳିଦେବା।


କଙ୍କଡ଼ାର ଏ ସ୍ଵଭାଵ କାହିଁ ଧରିଛୁ ତୋ ମନରେ 

ତୁ ଟିକେ ବଦଳି ଯାଆ

ଏ ମଣିଷ ତୁ ମଣିଷ ହୋଇ ଯାଆ।


ଅନ୍ୟାୟର ଅନୀତିର

ଦୁର୍ନୀତିର ଆସର

କଳିର କାଳିମା ଦେଖି

କାଳିଆ ବି ଥରହର।


ରକ୍ତର ଲାଳିରେ ଚାଲେ ଏଠି ହୋଲି ଖେଳ

ବିସ୍ଫୋରଣ ଆକ୍ରମଣ ଶୋଷଣ ବାହୁବଳ

ଡିଣ୍ଡିମ ପିଟିଲେ ବି ତୁ ଛାର ପ୍ରାଣୀଟିଏ କେବଳ

ଡିଣ୍ଡିମ ପିଟିଲେ ବି ତୁ ଛାର ପ୍ରାଣୀଟିଏ କେବଳ।


ଧ୍ୱଂସ ହେବା ପୂର୍ବରୁ

ତୁ ଟିକେ ସୁଧୁରି ଯାଆ

ଏ ମଣିଷ ତୁ ମଣିଷ ହୋଇ ଯାଆ ।


ନିଜର ମନର କାମକୁ ନ କରି ନିୟନ୍ତ୍ରଣ

ଅନ୍ୟର ପୋଷାକ ଉପରେ ମାରୁଛୁ ପ୍ରଶ୍ନବାଣ

ଏଠି ଷାଠିଏ ବର୍ଷର ବୁଢ଼ୀ ବି ହୁଏ ଧର୍ଷିତ

ଆଉ ଦି ବର୍ଷର ଛୁଆ ବି

ତେବେ କିପରି କହୁଛୁ ପୋଷାକ ହିଁ କାରଣ।


ରାକ୍ଷସର ମନୋବୃତ୍ତି କରିଦେବ ନାରଖାର

ତୁ ଟିକେ ବଦଳି ଯା

ଏ ମଣିଷ ତୁ ମଣିଷ ହୋଇଯା।


କ୍ଷମତାର ଲୋଭୀ ଏଠି କ୍ଷମତା ଲାଗି ଅନ୍ଧ

ପ୍ରତିଟି ସ୍ୱରରୁ ବାରନ୍ତି ରାଜନୀତିର ଗନ୍ଧ

ପିଡିତାର ଚିତ୍କାର ଶୁଭେ ନାହିଁ ଶୁଭେ ନାହିଁ

ସବୁ ସରିଗଲା ପରେ

ମହମବତୀ କାହିଁ ପାଇଁ 

ରାସ୍ତା ରୋକ କାହିଁ ପାଇଁ


ଏ ସମସ୍ୟା ନୁହେଁ ଆଜିର 

ତେବେ ନିୟମରେ କାହିଁ ପାଇଁ ହେଉ ନାହିଁ ସୁଧାର

ମହାଦେବ ବି ଡରନ୍ତି ମାଡକୁ

କେତେ ବା ଶକ୍ତି ଛାର ଏ ମଣିଷର।


ଜୀବନକୁ ନେଇ କାହିଁ ଚାଲେ ଏ ପଶାଖେଳ

ତୁ ଟିକେ ବଦଳି ଯାଆ।

ଏ ମଣିଷ ତୁ ମଣିଷ ହୋଇଯାଆ।


ସମ୍ପତ୍ତିର ନିଶାରେ ମଣିଷ ଏଠି ଭକୁଆ

ପୁଅ ଖାଏ ମାଛ ଗଡ଼ି ବାପ ରହେ ଅଖିଆ

ମଲା ପରେ ମଧ୍ୟ ତାକୁ ନାହିଁ ଶାନ୍ତି ନାହିଁ ଶାନ୍ତି

ଶବ ତାର ପଡିରହେ ପାଏନି ଟିକେ ନିଆଁ

ପାଏନି ଟିକେ ନିଆଁ।


ମିଛ ସମ୍ପତ୍ତିର ଲୋଭରେ ମାରପିଟା ହଣା କଟା

କିଏ ରହେ ମହଲରେ କିଏ ପେଟ ଲାଗି ହଟହଟା

କି ପାଇଁ ଏ ଧୃଷ୍ଟତା କି ପାଇଁ ଏ କିମିଆ

ଦି ହାତ ଚାଖଣ୍ଡରେ

ଛ ଖଣ୍ଡ ବାଉଁଶରେ

କିଛି ଘିଅ ଲୁଣରେ

ହେବୁ ସ୍ୱାହା ହେବୁ ସ୍ୱାହା।


ବିତ୍ତର କୁହେଳିରେ କାହିଁ ବୁଲୁ ଅନ୍ଧ ଭଳି 

ତୁ ଟିକେ ବଦଳି ଯାଆ ଏ ମଣିଷ ତୁ ମଣିଷ ହୋଇ ଯାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational