ବୁଡ଼ା ଜାହାଜ ଘାଜି
ବୁଡ଼ା ଜାହାଜ ଘାଜି
ସୁରନଦୀ ଦାନ ସ୍ବର୍ଣ୍ଣପ୍ରସୁ ଭୂମି
ନାମ ସୋନାର ବାଙ୍ଗଲା
ଉଣେଇଶ ଏକସ୍ତରି ମସିହାରେ
ଲାଗିଲା ମହା ଝାମେଲା l
ବଙ୍ଗ ବନ୍ଧୁଙ୍କର ବଜ୍ର ନିର୍ଘୋଷ
ସ୍ୱାଧୀନ ବଙ୍ଗଳାଦେଶ
ଲୁଟିଖିଆ ପାକିସ୍ତାନୀ ଶାସନକୁ
କରିଦେବୁ ଆମ୍ଭେ ଶେଷ l
ଓକିଲ, ଶିକ୍ଷକ, ଯୁବତୀ, ଯୁବକ
ମୁକ୍ତି ବାହିନୀକୁ ଗଢ଼ି
ଲାଗିଗଲେ କଳ ବଳ କଉଶଳେ
ଅତ୍ୟାଚାରୀ ଦେବେ ତଡ଼ି l
ପାକିସ୍ତାନ ରାଷ୍ଟ୍ରପତିଙ୍କ ନିର୍ଦ୍ଧେଶ
ନାମ ତାଙ୍କର ୟାହିଆ
ମାରି କର ବଶ ଶକ୍ତ ଆଦେଶ
ନିଷ୍ଠୁର ତାର ହିଆ l
ସ୍ବର୍ଣ୍ଣପ୍ରସୁ ସେ ବଙ୍ଗ ଭୂମିରେ
ଚାଲିଲା ଦମନ ଲୀଳା
ଅତି ଆତୁରରେ ବଙ୍ଗ ଜନତା
ଭାରତେ ହାତ ପାତିଲା l
ଭାରତର ସେନା ବଙ୍ଗ ଭୂମେ ଦେଖି
ମାନବତା ଉଲଂଘନ
ଧଶେଇ ପଶିଲେ ବୀର ଦର୍ପରେ
ଗର୍ଜିଲା ଘନ କମାଣ l
କରାଚୀ ବନ୍ଦରୁ ପାକିସ୍ତାନ ପେଶେ
କରି ଭୀଷଣ ଚକ୍ରାନ୍ତ
ଅସ୍ତ୍ର ଶସ୍ତ୍ରେ ସଜ୍ଜା ବୁଡ଼ା ଜାହାଜ ଟି
ଲକ୍ଷ୍ୟ ନୌପୋତ ବ
ିକ୍ରାନ୍ତ l
ପୀ ଏନ ଏସ ଘାଜି ସେ ନିର୍ମିତ
ଆମେରିକା କଉଶଳେ
ବିଶାଖାପାଟଣା ଠାରେ ବୁଡ଼ାଇବ
ବିକ୍ରାନ୍ତକୁ ଅବହେଳେ l
ଶ୍ରୀଲଙ୍କାର ଉପକୂଳରେ ଧୀବର
ଦେଖିଲେ ଯାଉଛି ଚାଲି
ଷଢେଇ ପ୍ରାୟେକ ସାଗର ଉପରେ
ଭାଷି କିସ ହଲି ହଲି l
ସମ୍ବାଦ ଆସିଲା ବଡ଼ ଆଚମ୍ବିତ
ଭାରତର ନୋଉ ସେନା
ଜାଣିଲେ ଗଭୀର ସମୁଦ୍ରେ ଚାଲିଛି
ପାକିସ୍ତାନ ବଜ୍ର ସେନା l
ଟର୍ପେଡୋ ମାଡ଼ରେ ଘାଜି ବୁଡ଼ିଗଲା
ଅତଳ ସମୁଦ୍ର ଗର୍ଭେ
ବିଶ୍ୱେ ଶକ୍ତିଶାଳୀ ଆମ ନୌବାହିନୀ
ବୋଲିପାରୁ ଆମ୍ଭେ ଗର୍ବେ l
ବଙ୍ଗଳାଦେଶ ସେ ସ୍ୱାଧୀନ ହୋଇଲା
ନିଆଜି ଖାଇ ପିଆଜି
ଭାରତ ମାତାର ଜୟ ଗାନ କଲେ
ବଙ୍ଗ ବନ୍ଧୁ ଶେଖ ମୁଜି l
ଭାରତର ନୋଉସେନା ବିଶ୍ୱେ ଗଣା
ଶକ୍ତିଶାଳୀ ଅନ୍ୟ ତମ
କ୍ଷଣିକ ମଧ୍ୟରେ ଭାଙ୍ଗି ଦେଇପାରେ
ଶତ୍ରୁ ଟାଣ ଆଉ ଘମ l
ଜୟ ଜୟ ବୋଲ ଜୟ ଯବାନ
ଜୟ କିଷାନ ଜୟ
ଭାରତ ମାତାର ଦୁର୍ଜୟ ଝଣ୍ଡା ଭାରତ
ମାତା କି ଜୟ ।