STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତୁତେ ମାଆ ନମସ୍ତୁତେ

ନମସ୍ତୁତେ ମାଆ ନମସ୍ତୁତେ

2 mins
398


ଜୟ ମା' ମଙ୍ଗଳା ମଙ୍ଗଳକାରିଣୀ

ମଙ୍ଗଳମୟୀ ମା' ନମସ୍ତୁତେ

ମଙ୍ଗଳେ ତୋତେ ଜଣା କରେ ମାତେ

ଦୟା କର ବାରେ ଅଜ୍ଞ ସୁତେ l


ମା' ଗିରି ନନ୍ଦିନୀ ବିଶ୍ୱ ବିନୋଦିନୀ

ବିଶ୍ୱ ବନ୍ଦନୀୟା ନମସ୍ତୁତେ

କଲ୍ୟାଣ କାରିଣୀ କଇଳାଶ ତେଜି

ଓଲ୍ହାଇ ଆସିଛୁ ଏ ମରତେ l


ମା ବିନ୍ଧ୍ୟ ବାସିନୀ ଚାରୁ ବିହାସିନୀ

ମାଆ ଜଗଦମ୍ବେ ନମସ୍ତୁତେ

ତୋ ପାଦ କିଙ୍କିଣୀ ନାଦ କିଣି କିଣି

ପୁରି ଉଠେ ପ୍ରାଣ ପୁଲକିତେ l


ନମଃ ନାରାୟଣୀ ତ୍ରିପୁର ବାସିନୀ

ଦୈତ୍ୟ ବିନାଶିନୀ ନମସ୍ତୁତେ

ଜ୍ଞାନ ପ୍ରଦାୟିନୀ ଦୁଃଖ ବିହରିଣୀ

ପବିତ୍ର ଧରା ତୋ ପାଦ ପାତେ l


ମାଆ ଭଗବତୀ ଅମ୍ବିକା ପାର୍ବତୀ

ଶିବାନୀ ଭବାନୀ ନମସ୍ତୁତେ

ଦୁସ୍କୃତ ନାଶିନୀ ମା ଦୁଷ୍ଟ ଦଳିନୀ

ଦେବୀ କାତ୍ୟାୟନୀ କାଳରାତ୍ରେ l


କେଶରୀ ବାହନୀ ମା ଅଟ୍ଟହାସିନୀ

ନମଃ ସ୍କନ୍ଧମାତେ ନମସ୍ତୁତେ

>

ଶଙ୍କଟା ଵିକଟା ମାତା ମହୋତ୍କଟା

ମହାକାଳି ମାଆ ଖଡ୍ଗ ହସ୍ତେ l


ତ୍ରୈଲୋକ୍ୟ ପାଳିନୀ ଶଙ୍କର ତୋଷିଣୀ

ଆନନ୍ଦ-ମୟୀ ନମସ୍ତୁତେ

ହିମାଳୟ ଗିରି ଉତ୍ତୁଙ୍ଗ ଶିଖରୀ

ନିବାସ ମାତ ତା ମଧ୍ୟଗତେ l


ମଧୁ କୈଟ ଦୈତ୍ୟ ବିନାଶ କାରିଣୀ

ଭଇରବୀ ମାତ ନମସ୍ତୁତେ

ନୃମୁଣ୍ଡ ମାଳିନୀ କରାଳ ବଦନୀ

କଟା ମୁଣ୍ଡ ହସ୍ତେ ଛିନ୍ନମସ୍ତେ l


ମା ଧୂମ୍ର ଲୋଚନୀ ବ୍ୟସ୍ତ କୁନ୍ତଳିନୀ

ନମସ୍ତେ ଶୋଭିତ ଅସ୍ତ୍ର ହସ୍ତେ

ଶୁମ୍ଭ ନିଶୁମ୍ଭ ବିନାଶ କାରିଣୀ ମାଆ

ମହାଦେବୀ ଶୈଳ ସୁତେ l


ସର୍ବ ଦେଵଗଣ ସ୍ତୁତି କରୁଛନ୍ତି ଏକ

ମୂଖ ହୋଇ ଯୋଡ଼ ହସ୍ତେ

ଜୟନ୍ତୀ,କାଳିକେ, ମା ଭଦ୍ରା ଭଦ୍ରିକେ

ମାଆ ମହାମାୟୀ ନମସ୍ତୁତେ l


ଶୂଳ ପ୍ରହାରିଣୀ ମହିଷା ମର୍ଦ୍ଦିନୀ ସର୍ବ

ଭୁତ ବାସୀ ଦେବୀ ମାତେ

ଜୟ ଜୟ ଦୁର୍ଗା ଦୁର୍ଗତିନାଶିନୀ

ନମସ୍ତୁତେ ମାଆ ନମସ୍ତୁତେ ।


Rate this content
Log in

Similar oriya poem from Inspirational