ଅତି ନିଆରା
ଅତି ନିଆରା
ନିଆରା ମଣିଷ ଟିଏ ତୁମେ,
କେମିତି କହିବି କିଏ ତୁମେ।
ତୁମ ହସ ଟି ଭାରି ନିଆରା,
ହସିଦେଲେ ଲାଗେ ଫୁଲ ପସରା।
ନିଆରା ତୁମ ଆଖିଯୋଡିକ,
ସେତ ନୀଳ ସାଗରର ପ୍ରତୀକ।
ନିଆରା ତୁମର କଥାରେ,
ସତେ କି କହୁଛ କବିତାରେ।
ନିଆରା ସୁର ତୁମ କଣ୍ଠର,
ମନେହୁଏ ସ୍ୱର ବୀଣାର।
ନିଆରା ତୁମ ଜ୍ଞାନର ଭଣ୍ଡାର ,
କଣ୍ଠେ ସରସ୍ବତୀଙ୍କ ରହିଛି କି ଘର।
ନିଆରା ତୁମ ପାଦ ଯୁଗଳ,
ପଡିଲେ ଭିଜି ଯାଏ ମରୁସ୍ଥଳ।
ନିଆରା ତୁମର ଚାଲି,
ସତେକି ଝରୁଥାଏ ମଲ୍ଲୀ।
ତୁମର ସବୁ କିଛି ଭାରି ନିଆରା,
ତୁମେ ତ ରୂପ ଲାବଣ୍ୟରେ ଭରା।
ତୁମେ ତ ନବ ଯୌବନରେ ଭରା,
ତୁମେ ତରୁଣୀ ଟିଏ ଅତି ନିଆରା।

