STORYMIRROR

Surjyakanta Dash

Inspirational

3  

Surjyakanta Dash

Inspirational

ଏକ ଆହ୍ୱାନ ଆମ ଦେଶର ନାରୀ ପାଇଁ

ଏକ ଆହ୍ୱାନ ଆମ ଦେଶର ନାରୀ ପାଇଁ

1 min
197


ହେ ନାରୀ

ତୁମକୁ ଧାରଣ କରିବାକୁ ପଡ଼ିବ

ମା ଦୁର୍ଗତି ନାସିନୀଙ୍କ ରୂପ

ମହିଷା ମର୍ଦିନିର ରୂପ

ଜାଣିବାକୁ ପଡ଼ିବ

ଶୁମ୍ଭ ନିଶୁମ୍ଭ ରୁପି ମଣିଷ ମାନଙ୍କୁ

ଯିଏ ଦାନବ ଠାରୁ ଆହୁରି ଦାନବ

ଯାହା ପାଖରେ ପୁଋଷତ୍ୱ ନାହିଁ

କିନ୍ତୁ ଦେଖାଇ ଥାନ୍ତି

ପୁଋଷତ୍ୱର ଅଲିଭା କାହାଣୀ

ସୃଷ୍ଟି କରନ୍ତି ଗୋଟେ ଗୋଟେ

କଳଙ୍କିତ ଅଧ୍ୟାୟ...

ହେ ନାରୀ

ତୁମକୁ ଧାରଣ କରିବାକୁ ପଡ଼ିବ

ଖର୍ପ ଓ ମୁଣ୍ଡ ଧାରିଣୀ ମା କାଳୀଙ୍କର

ନ ହେଲେ ବିନାଶ ହେବ କିପରି

ଏହି କାମନା ରୁପି ମଣିଷ ମାନଙ୍କର

ଅସ୍ତ୍ରା ଘାତ କରି ଛେଦନ କର

ମୁଣ୍ଡ ଆଉ କାମନାର ଅଙ୍ଗ

ଯାହା ପାଇଁ ସେ ଗୋଟେ ବିରାଟ

ରୂପ ଧରି ବିନାଶ କାରି ପାଲଟିଛି

ଛିର୍ଣ୍ଣ ଭୀର୍ଣ୍ଣ କରୁଛି ନାରୀର ଅଙ୍ଗ

ଆଉ କେତେ ସହିବ

କାମନା ରୁପି ମଣିଷ ମାନଙ୍କର

ଦୌରାତ୍ମ୍ୟ, ଅନ୍ୟାୟ ଓ ଦୁର୍ନୀତି

ପାଲଟି ଯାଅ ଧ୍ଵଂସ କାରୀ

ଗୋଟେ ଗୋଟେ ଆଟମ୍ ବମ୍

ବିନାଶ କରି ଚାଲ

ଏହି କାମନା ରୁପି ସାମ୍ରାଜ୍ୟ

ହେ ମାଆ ଧରିତ୍ରୀ

ତୋର ରକ୍ତ ମାଂସରେ ଗଢା

ଏହି ନାରୀ ଓ ଅବଳା ମାନଙ୍କୁ

ଏତେ ଶକ୍ତିଶାଳୀ କରି ଦେ ଯେ

ଏହି ନରଭକ୍ଷୀ ପୁରୁଷ ସାମ୍ରାଜ୍ୟର

ସିଂହାସନକୁ ମୂଳରୁ କାଢି ଫିଙ୍ଗିଦେବେ

ଅଧିକାର କରିନେବେ ନିଜର 

ବାହୁ ବଜ୍ର ବନ୍ଧନୀରେ

ତୁ ଶକ୍ତି ଦେ ମା ଶକ୍ତି ଦେ

ଖଣ୍ଡିତ ହେଉ କାମନା ସାମ୍ରାଜ୍ୟ

ସୃଷ୍ଟି ହେଉ ମାତୃ ମହାନୀୟତାର

ଏକ ନାରୀ ସମ୍ମାନ କାରିର ସୃଷ୍ଟି ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational