STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କାନ୍ଦୁଛି ବିଦ୍ୟାଳୟ

କାନ୍ଦୁଛି ବିଦ୍ୟାଳୟ

1 min
199


ବିଦ୍ୟାଳୟ ନୟନେ ରହିଛି

ଆଜି ଲୋତକ ଭରି ମନ

ଗହନରୁ ନ ସ୍ଫୁରଇ ବାକ୍ଯ

କହୁଛି ସେ ବୀନତି କରି ବିମୋହିତ ସେ 

କରୁଥିଲା ପିଲାଙ୍କ ମନ

ପାଲଟି ଯାଇଛି ସେ

ଆଜି ପାଷାଣ

ନପାଇ ସେ ଆଉ ସମ୍ଭାଳି

ପଲକିତ କରୁଥିଲା ତାକୁ

ଶିଶୁଗଣଙ୍କ ଗହଳି

ମନେ ପଡେ ତାକୁ ପିଲାଙ୍କ

ଆହେ ଦୟାମୟ ପ୍ରାର୍ଥନା 

ଗାନ ଭକ୍ତି ଭରା ଆଲ୍ଲାଦେ

ପୁରି ଉଠୁଥିଲା ତା ତନୁମନ

ଶୁଭୁନାହିଁ ଶିଶୁ ଙ୍କ କୋଳାହଳ

ଚାରି ଦିଗ ସ୍ତବ୍ନ ନୀରବ

ନିଶ୍ଚଳ

କୋଠରୀ ଗୁଡିକରେ

ହେଉନି ଟେବୁଲ ଚୌକି

ସଜା କଳା ପଟାରେ

ଆଉ ଲାଗୁନି ଚକ୍ ଖଡି

ଲାଗୁଚି ସେ ଗଲାଣି ଝଡି

ଧାର ଧାର ଲୁହ ପଡୁଛି ଝରି

କବାଟ ଝରକା ଡାକୁଛି

ପିଲାଙ୍କୁ ହାତ ଠାରି

କହୁଛି ସେ ଗଲାଣି ସଢି

ବିଦ୍ଯାଳୟ ଫାଟକ ଟପ ଟପ

ଲୁହ ଦେଉଛି ନିଗାଡି

ପରିବେଶ ରହିଛି ଅସଡା ହୋଇ

ଆବର୍ଜନାର ଦୁର୍ଗନ୍ଧକୁ

ସେ ଆଉ ପାରୁନି ସମ୍ଭାଳି

କଇଁ କଇଁ କାନ୍ଦି କହୁଛି

ଆସ ପିଲେ ଆସ କରନା ଡେରି

ଯଶ ଗୌରବ ର ସମ୍ଭାର

ମୋଠାରୁ ନିଅ ସାଉଁଟି

ହୋଇ ପାରିବ ତୁମେ

ସୁ ନାଗରିକ ରଖିବ ସଦା

ଆମ ଦେଶ ଗୌରବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational