ହେ ମହାମାନବ ବାପୁ
ହେ ମହାମାନବ ବାପୁ
ହେ ମହାମାନବ ବାପୁ
ତୁମକୁ କୋଟିଏ ପ୍ରଣାମ
ତୁମେ ଚିହ୍ନାଇ ଦେଇଛ ଅହିଁସା ରପଥ
ଯେତେ ଦୁର୍ଗମ ହେଉନା କାହିଁକି
ଚିର ବନ୍ଦନୀୟା ମୋର ପ୍ରାଣର
ଶୁଦ୍ଧ ପୁଟ ପବିତ୍ର ତ୍ରିରଙ୍ଗା
ଆଜି ବି ଉଡ଼ୁଛି ମୋ ଭାରତ ବକ୍ଷରେ
ଫର ଫର ହୋଇ
ନିଗିଡି ପଡୁଛି ଟୋପାଟୋପା ରକ୍ତ ଆଉ ଲୁହ
ଶୁଭୁଛି ତା ବକ୍ଷରୁ ବିଜୟ ର ପ୍ରତିଧ୍ୱନି
ଏକ ବାସ୍ତବ ସତ୍ୟର ଖୋଲପା ଭିତରେ
ଆମେ ସବୁ ଦିବ୍ୟ ଶିଶୁ
ପବିତ୍ର ଗଙ୍ଗା ଜଳ ତୁଳସୀ ଗୀତ
ଭଗବତ
ପ୍ରେମର ନୈବେଦ୍ୟ ଆଜି ମୋ
ଚାରି ପାଖରେ ମହମହ ବାସ୍ନାରେ
ତା ଭିତରେ ମୁଁ ଦେଖୁଛି ତୁମର
ଆଣ୍ଠୁ ଲୁଚୁ ନ ଥିବା ଖଣ୍ଡିଏ ଧୋତି
ଓ ବାଡ଼ିରେ ଆଗକୁ ପାଦ ବଢ଼ାଇ
ଆମକୁ ରାସ୍ତା
ଦେଖାଉ ଥିବା କେହି ଜଣେ
ପ୍ରଚଣ୍ଡ ଧିଶକ୍ତି ର ଏକ କ୍ଷୀଣ
ଆଲୋକ ଶିଖା
ଯିଏ ଆଖି ପାଟି କାନ ବନ୍ଦ କରି
ସତ୍ୟ ଧର୍ମର ଵୀଜବପନ କରିଥିଲା
ମୋର ଏ ପବିତ୍ର ଭାରତ ବକ୍ଷରେ
ମାଟିରୁ ଆକାଶ ଯାଏ ପରିବ୍ୟାପ୍ତ
ଯାହାର ତେଜ ଦୀପ୍ତ କାୟା
କି ଶକ୍ତି ଥିଲା ସେ
ରକ୍ତ ମାଂସ ଶରୀରରେ
ଯୁଗ ଯୁଗ ପାଇଁ ଦେଇ ଯାଇଛ
ଆମକୁ ସ୍ୱାଧୀନ ତାର ପରିଚୟ
ଏକ ମହାର୍ଘ ମୁହୂର୍ତ୍ତ ରେ
ପ୍ରେମର ଜାତୀୟ ସଂଗୀତ
ବିଜୟର ବାର୍ତ୍ତା
ଆଙ୍କି ଦେଇଛି
ବିରଳ ସ୍ୱାକ୍ଷର
ତାର ପାଦ ତଳେ ଆମେ
ଚିରକାଳ ନତମସ୍ତକ
ଏକ ମାନବିୟ ସ୍ୱୀକୃତି
ର ପରିଚୟ ଦେଇ ।