Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Others

4  

Pravatirani Mohanty

Others

ମରିଚିକା

ମରିଚିକା

1 min
6



ଉତ୍ତପ୍ତ ଖରାରେ ଝାଞ୍ଜି ସମୟରେ

ସୃଷ୍ଟି ହୁଏ ମରିଚିକା

ଦୂରରୁ ମନରେ ଭ୍ରମ ସୃଷ୍ଟି କରେ

ବାଟୋଇ ମନରେ ଶଙ୍କା

ଜଳର ଆଶାରେ ମରିଚିକା ପଛେ

ଅଶାବାନ୍ଧି ଯାଉଥାଏ

ଯେତେଯେତେ ଯାଏ ତାହାର ପାଖକୁ

ସେତେ ଦୂର ଘୁଞ୍ଚିଯାଏ 

ମରୁଭୁମି ପରେ ଯେତେବେଳେ ଜଳ

ଟିକିଏ ପାଇଁ ବାଟୋଇ

ମରିଚିକା ପଛେ ଯେତେ ଧାଁଉ ଥାଏ

ଯାଏ ସେ ସେତେ ଦୂରେଇ

ବାୟୁ ଆସ୍ତରଣ ଜଳ ସୃଷ୍ଟି କରେ

ଜଳ କାହିଁ ମରିଚିକା

ପାଣିଟୋପେ ପାଇଁ ଖୋଜିଖୋଜି ସିଏ

ଚାଲୁଥାଏ ଏକାଏକା

ଜୀବନରେ ଆଶା ମରିଚିକା ପରି

ମଣିଷତା ପଛେ ଧାଏଁ

ଯେତେଯେତେ ତାରପାଖକୁ ଯାଏସେ

ସେତେ ସେ ଦୂରେଇ ରହେ

ମରିଚିକା ପଛେ ନଯାଇକି ଆମେ

ଆରମ୍ଭରୁ ସଚେତନ

ଅନ୍ତରରେ ନିତି ଜପୁଥିବା ଆମେ

ହରେ କୃଷ୍ଣ ହରେ ରାମ ।



Rate this content
Log in