ନିଦାଘ କାଳ
ନିଦାଘ କାଳ
1 min
5
ସକଳ ପ୍ରହରୁ ଖରାର ପ୍ରକୋପ
ମଧାହ୍ନ ହୁଅଇ ଯେବେ
ନିଦାଘ କାଳ ଏ ଗୀରିଷମ ଦିନ
ଆସଇ ଏ ଅନୁଭବେ
ପ୍ରକୃତି ଗଢିଛି ଏ ନିଦାଘକାଳ
କାହାର ବା ସାଧ୍ଯ ଅଛି
ବିଜ୍ଞାନ ହେଉଛି ଅଜ୍ଞାନ ନିଶ୍ଚୟ
ପ୍ରମାଣିତ ହେଉ ଅଛି
ଉତ୍ତପ୍ତ ହୁଅଇ ଧରାପୃଷ୍ଠ ଯେବେ
ତତଲା ପବନ ବୁହେ
ବାହାରକୁ ଗଲେ ମୁଁହ ପୋଡ଼ିଯାଏ
ଅଂଶୂଘାତ ଭୟ ରହେ
କାନ୍ଥ ବାଡ଼ ସବୁତାତି ନିଆଁ ହୁଏ
ବୁହାଇ ଝଞ୍ଜି ପବନ
ନିଦାଘ କାଳ ଟି ଭାରି କଷ୍ଟ ମାସ
ଆକୁଳ ଜନ ଜୀବନ
ଗଛ ପତ୍ର ଜଳିଯାଏ ଜଳ ବିନା
ପଶୁ ପକ୍ଷୀ ପ୍ରାଣହାନି
ଶୁଷ୍କ ହୋଇଯାଏ ଧରଣୀ ରାଣୀଟି
ଫାଟି ଯାଏଟି ମେଦିନୀ
ପରିତ୍ରାଣ ପାଇଁ ବାଟ ଖୋଜି ଆମେ
ଜଙ୍ଗଲ କରିଲେ ସୃଷ୍ଟି
ତ୍ରାହି ମିଳିବ ଏ ଉତ୍ତପ୍ତ ଦାଉ ରୁ
ହେବ ଯଦି ଜଳ ବୃଷ୍ଟି ।