Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Others

4  

Pravatirani Mohanty

Others

ପାୱାର କଟ

ପାୱାର କଟ

1 min
4



ଜଳର ଅଭାବ ବିଦ୍ୟୁତ ର ଖର୍ଚ୍ଚ

କ୍ଷୟ ଯଦି ହୋଇଥାଏ

ପାୱାର କଟ ହୁଅଇ ସେ ବେଳେ

ଗ୍ରୀଷ୍ମ କାଳ କଥା ଇଏ

ବିଜୁଳି କାଟିବା ଆଗରୁ ଆମକୁ

ସରକାରଙ୍କ ସୂଚନା

ସହରଠୁ ଗଁଆ ଜନସଚେତନ

ପାଇଁ କରନ୍ତି ଘୋଷଣା

କେତେ ସମୟ ର ପାଇଁକି ବିଜୁଳି

କାଟ କରିବାର ନୀତି

 ସେତିକି ସମୟ ପାଇଁକି କାଟନ୍ତି

ବିଜୁଳି ଆମ ସମ୍ପତ୍ତି 

ବିଜୁଳି କଟିଲେ ବିଞ୍ଚଣା ସେ ବେଳେ

 ହୁଅଇ ନିଶ୍ଚୟ ଲୋଡ଼ା

ପୂର୍ବ ପୁରୁଷରୁ ରହିଅଛି ଏହା

କେବେ ହେଁ ନୁହେଁ ଅଲୋଡ଼ା

ଅଯଥା ବିଜୁଳି ଖର୍ଚ୍ଚ କରିବାନି

ସଚେତନ ଆମେ ହେବା

ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚ ନ

କରି ସାବଧାନ ହେବା

 ବିଜୁଳି ବଞ୍ଚିଲେ ପାୱାର କଟ

ହେବାରୁ ରକ୍ଷା ପାଇବା

ଆମରି ସମ୍ପତ୍ତି ବୋଲି ଆମେ

ଜଗିକରି ଚଳୁଥିବା ।



Rate this content
Log in