Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Others

4  

Pravatirani Mohanty

Others

ଓଦା ଗାମୁଛା

ଓଦା ଗାମୁଛା

1 min
6



ବସନ୍ତର ପରେ ଆସଇ ଧରାକୁ

ଗ୍ରୀଷ୍ମା ରତୁ ଧୀରେ ଧୀରେ

ସୂର୍ଯ୍ୟ ଙ୍କର ତେଜ ଯାଏ ବଢି ବଢି

ପ୍ରଚଣ୍ଡ ଏ ଉତ୍ତାପ ରେ

ଘରୁ ବାହାରକୁ ବାହାରି ହୁଏନା 

ଦେହ ଜଳି ପୋଡି ଯାଏ

ମରିଚିକା ସୃଷ୍ଟି ହୁଅଇ ସେ ବେଳେ

ତାପ ତା ସହି ନ ହୁଏ

ଜଳ ଟିକେ କେଉଁ ଠାରେ ମିଳେ ନାହିଁ

ଯିବ ଜନ୍ତୁ ଛଟ ପଟ

ଜଳ ଟୋପେ ପାଇଁ ପଡେ ହାହାକାର

କେତେ ଯେ ଜୀବନ ନଷ୍ଟ

ବାହାରକୁ ଗଲେ ଛତା ସହ ଓଦା

ଗାମୁଛା ପାଣି ବୋତଲ

ସାଥିରେ ନ ନେଲେ ଖରାର ତେଜରେ

ପ୍ରାଣ ହୁଏ କଲ ବଲ

ଅଂଶୁଘାତ ହୁଏ ଜର ସହିତରେ

ତଣ୍ଟି ପାଟି ଯାଏ ଶୁଖି 

ବାହାରିଲେ ଘରୁ ତୋରାଣି ପିଇକି

ଯାଉଥିବ ମନେ ରଖି

ମୁଣ୍ଡପରେ ରଖି ଓଦା ଗାମୁଛାକୁ

ଯଦି ବାଟ ଚାଲୁ ଥିବ

ତଥାପି ଟିକିଏ ଖରାର ଲାଘବ

ଅନୁଭବ କରୁ ଥିବ ।



Rate this content
Log in