ଆସ ହେ ପାଳିବା ମହିଳା ଦିବସ
ଆସ ହେ ପାଳିବା ମହିଳା ଦିବସ


ମାର୍ଚ୍ଚ ମାସର ଅଷ୍ଟମ ତାରିଖ
ବିଶ୍ୱ ମହିଳା ଦିବସ
ପାଳନ ହୁଅଇ ସଭ୍ୟ ଜଗତରେ
ଖେଳାଏ ଆନନ୍ଦ ହର୍ଷ ।
ସୃଷ୍ଟି ସର୍ଜନାରେ ନାରୀର ଭୂମିକା
ଅଟଇ ଗୁରୁତ୍ୱପୂର୍ଣ୍ଣ
ସୁକର୍ତ୍ତବ୍ୟ ଏଣୁ ନାରୀ ଅଧିକାର
ମର୍ଯ୍ୟାଦା ରକ୍ଷା ସମ୍ମାନ ।
ପ୍ରତିଭା ସମ୍ପନ୍ନ ନାରୀଙ୍କ ଜୀବନୀ
ଭାବନା କାର୍ଯ୍ୟ କଳାପ
କଲେ ଅନୁଧ୍ୟାନ ପ୍ରଚାର ପ୍ରସାର
ବୃଦ୍ଧି ହେବ ସୁସଙ୍କଳ୍ପ ।
ଶିକ୍ଷା ରାଜନୀତି ସମାଜକଲ୍ୟାଣ
ଆଇନ ଶୃଙ୍ଖଳା ରକ୍ଷା
ପ୍ରତିଟି କ୍ଷେତ୍ରରେ ଯୋଗଦେଉ ନାରୀ
ସଶକ୍ତ ହେଉ ପ୍ରତିଷ୍ଠା ।
ଲିଙ୍ଗ ଭେଦଭାବ କମୁ ନିର୍ଯାତନା
ସାମାଜିକ କୁସ°ସ୍କାର
ଦୃଢ଼ ହସ୍ତେ କରୁ ଆଇନ ଦମନ
ଅପରାଧ ଭୟ ଦୂର ।
ହେଉ ପ୍ରସ୍ଫୁଟିତ ମିମୋସା ସୁପୁଷ୍ପ
ସମୁଜ୍ଜ୍ୱଳ ଭବିଷ୍ୟତ
ଉନ୍ମେଷୁ ସଦିଚ୍ଛା ପବିତ୍ର ଦିବସ
ଶକ୍ତି ହେଉ ସୁସ°ହତ ।
ଆସ ହେ ପାଳିବା ମହିଳା ଦିବସ
ପ୍ରତି ପୁରେ ନିଜ ଘରେ
ପରଷିବା ସ୍ନେହ ଶରଧା ମମତା
ଆନନ୍ଦରେ ଯତନରେ ।