Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhash Chandra Bhutia

Inspirational

4.0  

Subhash Chandra Bhutia

Inspirational

ବାପୁ ତୁମ ପାଇଁ

ବାପୁ ତୁମ ପାଇଁ

1 min
225



ତୁମପାଇଁ ଆଜି ଏ ଧରା ବକ୍ଷରେ

ଦମ୍ଭରେ ହୋଇଛ ଠିଆ

ଜୀବନର ପଥ ହେଲେବି ବନ୍ଧୁର

ତୁମପାଇଁ ମିଳେ ରାହା ।


ବାପୁ ବାପୁ ବୋଲି ଡାକୁଅଛି ଆଜି

ମୋ ପ୍ରତିଟି ରକ୍ତ ବିନ୍ଦୁ

ପାଇବାକୁ ସେହି ଅମୃତର ସ୍ପର୍ଶ

ପ୍ରେମ କରୁଣାର ସିନ୍ଧୁ ।


ଆସିଥିଲା ଯେବେ ଅତୀତ ଜୀବନେ

ଅନୁଶାସନର ବେଳ

ସେହି ବେଳ ଆଜି ପ୍ରଦାନ କରୁଛି

ସହସ୍ର ସିଂହର ବଳ ।


ମୋ ଶରୀର ଅବା ସାହସ ଶକତି

ସବୁତ ତୁମରି ଦାନ

କେଉଁ ତାପସ୍ୟାର କର୍ମଫଳ ଆଜି

ମୋ ଜୀବନେ ଭରେ ପୂଣ୍ୟ ।


ସର୍ବ ଦେବତାଙ୍କ ଆଶୀର୍ବାଦ ତୁମ

ହସ୍ତରୁ ପଡେ ମୋ ଶିରେ

ଦୁଃଖ ଶୋକ ପୀଡା ସବୁ ଚାଲିଯାଏ

ହୃଦରେ ପୁଲ୍ଲକ ଭରେ ।


ବାପୁ ତୁମେ ଥିଲ ତୁମେ ଅଛ ଆଉ

ରହିଥିବି ସଦା ଚିର

ମନ ମନ୍ଦିରରେ ତୁମକୁ ପୁଜୀବି

ତୁମେହିଁ ଦେବତା ମୋର ।



Rate this content
Log in

Similar oriya poem from Inspirational