Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhash Chandra Bhutia

Others

4  

Subhash Chandra Bhutia

Others

ଭୋଳା ମନ

ଭୋଳା ମନ

1 min
223



ଉଡ଼ିଗଲା ମନ ଜହ୍ନ ରାଇଜକୁ

ମାଗି ଆଣିଲା ଜ୍ୟୋତ୍ସ୍ନା

କଅଁଳ ପରସେ ମତୁଆଲା କରି

ଫୁଲରେ ଭରିଲା ବାସ୍ନା ।

ଘନ ମେଘ ଆଣି ପର୍ବତ ଉପରେ

ଥୋଇଲା ଯତନ କରି

ହୃଦୟ ପ୍ରସାରୀ ପ୍ରୀତିର ତଟିନୀ

ସରାଗେ ଆସଇ ଝରି ।

ନୀଳ ସାଗରର ଲହଡି ମେଳରେ

ନିଚିଲା ସେ ତାଳ ଦେଇ

ବେଳାଭୂମି ଛାତି ଦୁଲୁକି ଉଠିଲା

ଖୁସିରେ ବିଭୋର ହୋଇ ।

ଘଞ୍ଚ ବନାନୀର ସବୁଜ ପଣତ

ଖୋଲିଲା ଯତନ କରି

ପକ୍ଷୀ କାକଳି ରେ କୁହୁତନ ଭାରି

ମୂର୍ଚ୍ଚନାରେ ହେଲା ଝୁରି ।

ଇନ୍ଦ୍ରଧନୁ ରଙ୍ଗେ ପ୍ରଜାପତି ଅଙ୍ଗେ

ଆଙ୍କି ନବ ଚିତ୍ରପଟ୍ଟ

ସୁଷମା ରାଜ୍ୟରେ ପ୍ରବେଶ ପାଇଁକି

ଖୋଲିଲା ସବୁ କବାଟ ।


Rate this content
Log in