Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhash Chandra Bhutia

Romance

4  

Subhash Chandra Bhutia

Romance

ସ୍ମୃତିର ଗଣ୍ଠି

ସ୍ମୃତିର ଗଣ୍ଠି

1 min
298



ସ୍ମୃତି ତୁମେ ଫୁଲେଇ ହୋଇ

ମନକୁ ମୋର ଚେଇଁ

ଫଗୁଣ ସଜା ବସନ୍ତ ରଙ୍ଗେ

ବିଭୋର ହୁଏ ମୁହିଁ ।

ସ୍ୱପ୍ନ ମିଶା ନୟନେ ସୁଖ

ସୟନେ ଭରିଦେଲ

ବାସ୍ତବ ଦୃଶ୍ୟ ଅଟକି ଯାଏ

ଅତୀତ ଓଷ୍ଠେ ହସ ।

ସାଇତା ଧନ ସଞ୍ଚିତ ହୋଇ

ହୃଦୟେ ଅଛ ରହି

ଦୁଃଖ ବିଷାଦ ଦୁରେଇ ଯାଏ

ତୁମ ପରଶ ପାଇ ।

ନିରବେ ଆସି ପାଖରେ ବସି

କାନରେ ଚୁପି କୁହ

ପୁଲକେ ସଜା ହୃଦ ପ୍ରଦେଶ

ନୟନୁ ଝରେ ଲୁହ ।

ତୁମରି କଥା କାନିରେ ଗଣ୍ଠି

ପକାଇ ରଖେ ମୁହିଁ

ଯେବେବି ଆସ ପୀରତି ଆଶେ

ଚାହିଁ ରହିଛି ମୁହିଁ ।



Rate this content
Log in

Similar oriya poem from Romance