ଭାବୁକର ଭାବନା
ଭାବୁକର ଭାବନା
ପ୍ରଥମ ଦେଖାରେ
ନୀଳ ଆକାଶରେ
ଯେବେ ଚାନ୍ଦ ଉଇଁଥିଲା
ଯୌବନର ସେହି
ଶୀତଳ ପରଶ
ଆପେ ଆପେ ଛୁଇଁଗଲା ।
ଲତା ଉହାଡରୁ
ସୁମନ କାଲିକା
ମୃଦୁ ମୃଦୁ ଯେବେ ହସେ
ମନ ମଧ୍ୟେ ଧିରେ
ମଳୟ ପବନ
ସୁଗନ୍ଧି ଅତର ମାଖେ ।
ତୋଟା ଗହଳିରୁ
ଯେବେ ଭାସିଆସେ
କୋଇଲିର କୁହୁ ତାନ
ପୁରବୀର ରାଗେ
ପ୍ରୀତିର ସରାଗେ
ନାଚିଉଠେ ତନୁ ମନ ।
ଫଗୁଣ ମୁଣ୍ଡାଇ
ରଙ୍ଗର ପସରା
ଚୁପି ଚୁପି ଆସି ଧୀରେ
ହୃଦୟ ଦୁଆରେ
ପୀରତି ମୁରୁଜ
ପକାଇଲା ଯତନରେ ।
ଭାସ୍କର ପ୍ରକାଶେ
ଫୁଟିଲା କମଳ
ଚୌଦିଗେ ଭରି ସୁଷମା
ପ୍ରକୃତିର କୋଳେ
ନବ ଯୁବା କାଳେ
କେ ଦେବ ତାର ଉପମା ।।