STORYMIRROR

Subhash Chandra Bhutia

Others

3  

Subhash Chandra Bhutia

Others

ଜହ୍ନକୁ ଛୁଇଁବା ପାଇଁ

ଜହ୍ନକୁ ଛୁଇଁବା ପାଇଁ

1 min
185


ପ୍ରିୟ ମଣିଷଟି ରହିଲେ ଦୂରେ

ହୃଦୟ ତାହାକୁ କେମିତି ଝୁରେ

ସେକଥା ଜାଣୁଛି ସିଏ

କେତେ ଯେ କଷଣ

ନିଛାଟିଆପଣ

ବାଧ୍ୟରେ ଆଦରି ନିଏ ।

ସୁଖ ଅବା ଦୁଃଖ ସମୟ ତାଳେ

ଅଭାଗା ମନଟା ତା' ପାଶେ ଚଳେ

ଖୋଜୁଥାଏ ସବୁଠାରେ

ବାସ୍ତବ ଜୀବନ

ରାତ୍ରିର ସପନ

ତା' ଅଭାବ ଲଭି ମରେ ।

ସଦା ମନେପଡ଼େ ତାହାରି କଥା

କେଡେ ଦାରୁଣ ଯେ ପ୍ରବାସ ବ୍ୟଥା

ଦର୍ଶନେ ବ୍ୟାକୁଳ ଆଖି

କେତେ ଯେ ପାର୍ବଣ

କାର୍ତ୍ତିକ ଫଗୁଣ

ସଭିଏଁ ଅଛନ୍ତି ସାକ୍ଷୀ।

ପ୍ରୀତି ସରୋବରେ ଫୁଟି କମଳ

ପ୍ରିୟଜନ ସୁଖ ପାଇଁ ବ୍ୟାକୁଳ

ସେହି ଆକର୍ଷଣ ନେଇ

ବିରହ ଜୁଆର

ଫୁଲି ଉଠୁଥାଏ

ଜହ୍ନକୁ ଛୁଇଁବା ପାଇଁ ।


Rate this content
Log in